ଏଥର ବସ୍ତିବାସିନ୍ଦା ରହିବେ ବଡ ଆପାର୍ଟମେଣ୍ଟରେ

ଏଥର ବସ୍ତିବାସିନ୍ଦା ରହିବେ ବଡ ଆପାର୍ଟମେଣ୍ଟରେ

ବଦଳିଛି ବସ୍ତିବାସିନ୍ଦାଙ୍କ ଜୀବନ । ବସ୍ତିବାସିନ୍ଦାଙ୍କର ନୂଆ ଠିକଣା ପାଲଟିବ ବଡ ଆପାର୍ଟମେଣ୍ଟ । ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟନଗରରେ ହୋଇଥିବା କେଶରୀ ରେସିଡେନ୍ସି, ଚନ୍ଦ୍ରଶେଖରପୁରର ବୁଦ୍ଧବିହାର ଓ ସୁବୁଦ୍ଧିପୁରରେ ହୋଇଥିବା ବରୁଣେଇ ଏନକ୍ଲେଭକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସହରାଞ୍ଚଳ ଆବାସ ଯୋଜନାରେ ହୋଇଥିବା ବାସଗୃହ ବସ୍ତିବାସିନ୍ଦାଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସତ୍ୟନଗର ପ୍ରକଳ୍ପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଆବାସ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ଶାନ୍ତିପଲ୍ଲୀରେ ହୋଇଥିବା କେଶରୀ ରେସିଡେନ୍ସିରେ ୫୬୦ ଘର ନିର୍ମାଣ ହୋଇଛି । ସେହିପରି ଚନ୍ଦ୍ରଶେଖରପୁର ପ୍ରକଳ୍ପରେ ୨୬ ଶହ ଘର ଦେବାକୁ ଲକ୍ଷ୍ୟ ରଖାଯାଇଛି । ବସ୍ତିବାସିନ୍ଦାଙ୍କୁ ମୋଟ ୩ ହଜାର ଘର ଦେବାକୁ ଯୋଜନା କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *