ଏଥର ବିଜେଡିର ଚକ୍ରବ୍ୟୁହ ଭାଙ୍ଗିବେ ଅଭିମନ୍ୟୁ !

ଏଥର ବିଜେଡିର ଚକ୍ରବ୍ୟୁହ ଭାଙ୍ଗିବେ ଅଭିମନ୍ୟୁ !

ରାଜ୍ୟରେ ବିଜେଡିର ଅନେକ ଗଡ ଥିବା ବେଳେ ସେଥିରୁ ଗୋଟିଏ ହେଉଛି ଭଦ୍ରକ ବିଜେଡି ଗଠନ ପରଠାରୁ ଭଦ୍ରକ ଦଳର ଗଡ ରହିଆସିଛି ୧୯୯୮ ରୁ ୨୦୧୯ ପ୍ରତି ନିର୍ବାଚନରେ ବିଜେଡିକୁ ଜିତାଇ ଆସିଛନ୍ତି ଭଦ୍ରକ ଭୋଟର ଆଉ ଏଠାରୁ ସବାðଧିକ ବାର ଜିତିଛନ୍ତି ବିଜେଡି ନେତା ଅର୍ଜୁନ ସେଠୀ ହେଲେ ଗତ ନିର୍ବାଚନରେ ଅର୍ଜୁନଙ୍କ ଟିକେଟ କାଟି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା ଦଳ ମଞ୍ଜୁଲତା ଜିତିଥିଲେ ସତ କିନ୍ତୁ ତାଙ୍କୁ କଟ୍ ଅଫ୍ ଟକ୍କର ଦେଇଥିଲେ ଭେଟେରାନ ନେତା ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ଆଉ ଏଥର ପୁଣି ଥରେ ଉଭୟ ମଞ୍ଜୁଲତା ଏବଂ ଅଭିମନ୍ୟୁ ଆମ୍ନାସାମ୍ନା ହେବାକୁ ଯାଉଛନ୍ତି ସେପଟେ କଂଗ୍ରେସ ବି ଭେଟେରାନ୍ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ତେବେ ଭଦ୍ରକରେ ଏଥର ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟ ମୁକାବିଲା ବିଜେଡିର ମଞ୍ଜୁଲତା ମଣ୍ଡଳ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ମଧ୍ୟରେ ହେଉଛି ଗତଥର ଅଳ୍ପ ସଂଖ୍ୟକ ଭୋଟରେ ହାରିଥିଲେ ଅଭିମନ୍ୟୁ ସେଠୀ ଏଥର ପରାଜୟର ପ୍ରତିଶୋଧ ନେବାକୁ ମଇଦାନରେ ଫୁଲ୍ ଆକ୍ଟିଭ୍ ରହିଛନ୍ତି ବାପା ଅର୍ଜୁନ ସେଠୀଙ୍କ ଲିଗାସି ସାଙ୍ଗକୁ ମୋଦି ଲହର ରାଜ୍ୟ ଶାସନ ବିରୋଧୀ ହାଓ୍ବା ଅଭିମନ୍ୟୁଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ ବୋଲି ଆଶଙ୍କା ରହିଛି। ଅନ୍ୟପଟେ ବର୍ଷ ବର୍ଷ ଧରି ବିଜେଡି ଭଦ୍ରକ ଜିତିଥିଲେ ମଧ୍ୟ ଅଞ୍ଚଳରେ ଶିକ୍ଷାରୁ ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ରହିଛି ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବା ସହ ଭଦ୍ରକ ଜିତିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ଅଭିମନ୍ୟୁ। ତାଙ୍କ ପାଇଁ କେନ୍ଦ୍ରୀୟ ନେତା ବି ସମରସଜ୍ଜା କରୁଛନ୍ତି ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଚଳିତ ଥର ଭଦ୍ରକ ଲଢେଇ ସଂଘର୍ଷପୂର୍ଣ୍ଣ ହେବ ବିଜେଡି ଗଡ ରକ୍ଷା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ବିଜେପି ଭଦ୍ରକ ଦଖଲ କରିବାକୁ ରଣନୀତି କରୁଛି ତେଣୁ ଏଥର ଭଦ୍ରକ ଫଳ ଚମକାଇପାରେ ବୋଲି ସମସ୍ତେ ଚାହିଁ ରହିଛନ୍ତି ତେବେ ଦେଖାଯାଉ ଏଥର କିଏ କାହା ଗଡକୁ ଭେଦ କରୁଛି ଏବଂ ବିଜେଡିର ଚକ୍ରବ୍ୟୁହ ବିଜେପି ଭାଙ୍ଗିପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା

author

Related Articles

Leave a Reply

Your email address will not be published. Required fields are marked *