ଏଥର ଭଦ୍ରକ ଦେଖିବ ହାଇଭୋଲଟେଜ୍ ଲଢେଇ

ଏଥର ଭଦ୍ରକ ଦେଖିବ ହାଇଭୋଲଟେଜ୍ ଲଢେଇ

୨୪ ନିର୍ବାଚନରେ ଭଦ୍ରକ ରାଜନୀତିରେ ରୋଚକ ଲଢେଇ ଦେଖିବାକୁ ମିଳିବ । ସବୁ ଦଳରେ ରହିଛନ୍ତି ଭେଟେରାନ ନେତା । ରେସରେ ମନମୋହନସାମଲ , ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନ୍ୟ ହେଭିୱେଟ ନେତାଙ୍କ ନାଁ ମଧ୍ୟ ସାମିଲ ଅଛି । କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣି ଥରେ ଭଣ୍ଡାରୀ ପୋଖରୀ ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଲେଣି । ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ କଡା ଟକ୍କର ଦେଇଥିଲେ । ମାତ୍ର ଅଳ୍ପ କେଇ ଖଣ୍ଡ ଭୋଟରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ଏଥର ସେ ସମ୍ମରସଜ୍ଜା ଆରମ୍ଭ କରିଦେଇଛନ୍ତି । କଂଗ୍ରେସରୁ ଏହି ଆସନ ପାଇଁ ଅନ୍ୟ କେହି ଆଶାୟୀ ନଥିବାରୁ ସେ ହିଁ କଂଗ୍ରେସର ଏକମାତ୍ର ପ୍ରାର୍ଥୀ ବୋଲି ସ୍ପଷ୍ଟ ଜଣାପଡୁଛି । ସେପଟେ ନିରଞ୍ଜନଙ୍କ ସାମ୍ନା କରୁଥିବା ପ୍ରଫୁଲ୍ଲ ସାମଲ ବୟସାଧିକ କାରଣରୁ ରାଜନୀତି କରିବେନି ବୋଲି ବହୁ ପୂର୍ବରୁ କହିଥିଲେ । ତେବେ ତାଙ୍କ ପୁଅ ଏଥର ନିର୍ବାଚନ ଲଢିବାକୁ ରେଡୀ ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଭଦ୍ରକ ଚାନ୍ଦବାଲି ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହଲ ସାମଲ ହେଉଛନ୍ତି ସର୍ବେସର୍ବା । ପଦ୍ମଚିହ୍ନରୁ ତାଙ୍କର କେହି ପ୍ରତିଦ୍ୱନ୍ଦୀ ନାହାନ୍ତି । ମନମୋହନଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେଡିର ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ ରହିଛନ୍ତି । ଗତ ନିର୍ବାଚନରେ ବିଜେପି ଅଳ୍ପ ଭୋଟରେ ପରାଜୟର ମୁହଁ ଦେଖିଥିଲା । କିନ୍ତୁ ଏଥର ବାଜି ଓଲଟାଇବାକୁ ମନମୋହନ ଗୋଟି ଚାଳନା କରୁଛନ୍ତି । ଧାମନଗର ଆସନରେ ବିଜେପିର ଯୁବ ବିଧାୟକ ସୂଯ୍ୟବଂଶୀ ଲଢିବେ । ତେବେ ସେ ବିଧାନସଭାରେ ସୀମିତ ରହିବେ ନା ଦଳ ତାଙ୍କୁ ଲୋକସଭା ପଠାଇବ ତାହା ସ୍ପଷ୍ଟ ହୋଇନି । ତେବେ ୨୦୨୨ ଉପନିର୍ବାଚନରେ ଯେପରି ତାଙ୍କୁ ଲୋକମାନଙ୍କ ଭଲପାଇବା ମିଳିଥିଲା, ଏଥର ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେଡିକୁ କଡ୍ଡା ଟକ୍କର ଦେବେ ବୋଲି କୁହାଯାଉଛି । ଅନ୍ୟତମ ଚର୍ଚ୍ଚିତ ଚେହେରା ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାଁ ମଧ୍ୟ ଆସୁଛିା ୨୦୨୨ ଉପନିର୍ବାଚନରେ ବିଜେଡିରୁ ବହିଷ୍କୃତ ହେବା ପରେ ସ୍ୱାଧୀନପ୍ରାର୍ଥୀ ହୋଇ ସେ ନିର୍ବାଚନ ଲଢିଥିଲେ । ଏବଂ ୯ ହଜାର ଭୋଟ ପାଇ ବିଜେଡିକୁ ଚକ୍କମା ମଧ୍ୟ ଦେଇଥିଲେ । ତେବେ ସେ ପୁଣି ଚାନ୍ଦବାଲି ଏବଂ ଧାମନଗରର ବିଦ୍ରୋହୀ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି । ତେବେ ଭଦ୍ରକରେ ସମସ୍ତ ଦଳର ହେଭିୱେଟ ତଥା ଟାଣୁଆ ନେତା ମୈଦାନକୁ ଓହ୍ଲାଉଥିବାରୁ ଏଠାରେ କିଏ ସୁନାମୁକୁଟ ପିନ୍ଧିବ ତା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *