ରାତିସାରା ଅପେକ୍ଷା କଲେ ଲୋକେ . ଆକାଉଂଟ ଚେକ କଲେ .ହେଲେ ଆସିଲାନି ଗୋଟେ ନୂଆଁ ପଇସା ଦୀପାବଳୀରେ ଲୋକେ ବାଣ ଫୁଟାଇଲେ ଦୀପଜାଳିଲେ . କିନ୍ତୁ ଦୀପାବଳୀରେ ମିଳିଲାନି ସୁଭଦ୍ରା ଟଙ୍କା . ଦୀପାବଳୀରେ ତୃତୀୟ ପର୍ଯ୍ୟୟ ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଥିଲା . ମା ମାନେ ମଧ୍ୟ ଟଙ୍କା ସରକାର ଦେବେ ବୋଲି ଅପେକ୍ଷା କରିଥିଲେ ହେଲେ ଟଙ୍କା ଆସିଲାନି .ଯାହାକୁ ନେଇ ଲୋକଙ୍କ ମନ ଦୁଃଖ ହୋଇଛି . ତେବେ ର୍ପୂବରୁ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ .ସୁଭଦ୍ରା ଯୋଜନାରେ କୋଟିଏ ରୁ ଉଦ୍ଧ୍ୱ ମହିଳାଙ୍କୁ ଦେବେ ବୋଲି . ଗୋଟିଏ ମାସ ଭିତରେ ସରକାର ୬୦ଲକ୍ଷରୁ ଉଦ୍ୱର୍ ମହିଳାଙ୍କୁ ସ୍ୱାବଳମ୍ବି କରିବା ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି .
ତେବେ ଏହାକୁ ନେଇ କଂଗ୍ରେସ ନେତ୍ରୀ ଜୟଶ୍ରୀ ନନ୍ଦ କହିଛନ୍ତି .ସୁଭଦ୍ରା ଯୋଜନା ହେଉଛି ୫ବର୍ଷୀୟା ଯୋଜନା ଏହାକୁ ସରକାର ୫ବର୍ଷ ଭାଙ୍ଗିବାକୁ ଯିବ ଯେତେବେଳେ ସେ ପର୍ଯ୍ୟନ୍ତ ରଖିବେ . ସେମାନେ କହୁଥିଲେ ପ୍ରତିମହିଳାଙ୍କୁ ୫୦ହଜାର ଟଙ୍କା ଦେବେ ବୋଲି ନା ପ୍ରତି ମହିଳା ପାଇଲେ ନା ୫୦ ହଜାର ପାଇଲେ .ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସୁଭଦ୍ରା ଅନ୍ତଗର୍ତ ନିର୍ଦ୍ଦେଶାବଳୀରେ ପରିବର୍ତନକୁ ଅନୁମୋଦନ କରିଛି .ଏହା ଦ୍ୱାରା ୨.୬୭ଲକ୍ଷ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବା ନେଇ ବାଟ ଫିଟିଛି .ଏହାସହ ସୁଭଦ୍ରା ନିର୍ଦ୍ଦେଶବଳୀରେ ଅନ୍ୟ ସଂଶୋଧନ ମଧ୍ୟ କରାଯାଇଛି.ଯେଉଁଥିରେ ମହିଳାଙ୍କର ରାସନ କାର୍ଡରେ ନାମ ନଥିଲେ ବି ସେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ .ସୁଭଦ୍ରା ହିତାଧିକାରୀ ଚୟନ ବେଳେ ରାସନ କାର୍ଡରେ ନାମ ଥିବା ମାନଦଣ୍ଡଙ୍କୁ ହଟାଇ ଦିଆଯାଇଛି .