ଏନଓ୍ବାକେ ପକ୍ଷରୁ ବର୍ଷାଜଳ ସଂରକ୍ଷଣ ସଚେତନତା

ଏନଓ୍ବାକେ ପକ୍ଷରୁ ବର୍ଷାଜଳ ସଂରକ୍ଷଣ ସଚେତନତା


ଭଦ୍ରକ:
ଜଳ ହିଁ ଜୀବନ। ଜଳର ଅପଚୟ ଦ୍ବାରା ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଛି। ଫଳରେ ଭବିଷ୍ୟତ ପିଢି ପାଇଁ ଜଟିଳ ହେଉଛି ଜଳ ସମସ୍ୟା। ସେଥିଲାଗି ଅନେକ ସମାଜିକ ସଙ୍ଗଠନ ଆଗକୁ ଆସି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେହିପରି ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ଅଧିନ ନେହେରୁ ଯୁବ କେନ୍ଦ୍ର ଭଦ୍ରକ ଆନୁକୂଲରେ ବୀଣପାଣି ଯୁବ ସଙ୍ଗଠନ ସହଯୋଗରେ ଭଦ୍ରକ ବ୍ଲକ ବାରିକଛକ ନିକଟରେ କ୍ୟାଚ ଦ ରେନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଗକୁ ଚିତ୍ରାଙ୍କନ ପ୍ରତିଯୋଗିତା,ପ୍ରାଚୀର ଚିତ୍ର,ଓ ସଫେଇକାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚି ସ୍ତିର ହୋଇଛି। ଏଥିସହ ବର୍ଷାଜଳକୁ କିପରି ସଂରକ୍ଷଣ କରି ବିଭିନ୍ନ କାର୍ଯ୍ୟରେ ଲଗାଇବା ସହ ଭବିଷ୍ୟତ ପାଇଁ ମଧ୍ୟ ସଞ୍ଚିତ କରି ରଖାଯାଇପାରିବ ସେ ଉପରେ ପରାମର୍ଶ ମଧ୍ୟ ଦିଆଯାଇଛି । ଫଳରେ ଜଳ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ। ବିଶେଷ କରି ବର୍ତ୍ତମାନର ଯୁବପିଢି ଏ ଦିଗରେ ଅଧିକ ସଚେତନ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷକ ରମାକାନ୍ତ ଲେଙ୍କା ଯୋଗ ଦେଇ ଜଳକୁ ଅପଚୟ ନକରିବାକୁ ପରାମର୍ଶ ଦେଇଥିଲେ ସେହିପରି ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ ବର୍ଷାଜଳ ସଂରକ୍ଷଣ ଓ ଉପକାରିତା ବିଷୟରେ ସଭିଙ୍କୁ ସଚେତନ କରିଥିଲେ। ନେହେରୁ ଯୁବ କେନ୍ଦ୍ର ଭଦ୍ରକ ବ୍ଲକ୍ ସଂଯୋଜକ ସତ୍ୟବ୍ରତ ଦାସ, ବୀଣପାଣି ଯୁବ ସଙ୍ଗଠନ ସଭାପତି କିଶୋର ମାଝୀଙ୍କ ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *