ଏପ୍ରିଲରୁ ଓଡିଶାରେ ଜନଗଣନା

ଏପ୍ରିଲରୁ ଓଡିଶାରେ ଜନଗଣନା

ଆସନ୍ତା ଏପ୍ରିଲ ମାସରୁ ଓଡିଶାରେ ଜନଗଣନା ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ଜଣଗଣନା କାର୍ଯ୍ୟ ହେବା ନେଇ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ଜନଗଣନା ଏପ୍ରିଲରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଫେବ୍ରୁଆରି ୨୦୨୭ ରୁ ଆରମ୍ଭ ହେବ।   ପ୍ରଥମ ପର୍ଯ୍ୟାୟରେ  ୧୬ ଏପ୍ରିଲ୍ ଏବଂ ୧୫ ମେ’ ୨୦୨୬ ମଧ୍ୟରେ ୩୦ ଦିନ ଭିତରେ ଘର ତାଲିକା କରଣ କାର୍ଯ୍ୟ ଓ ଜନସଂଖ୍ୟା ଗଣନା କରାଯିବ। ୧୫ ଦିନର ଆତ୍ମଗଣନା ବିକଳ୍ପ ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍ ୨୦୨୬ ମଧ୍ୟରେ ରହିବ। ଦ୍ୱିତୀୟ ପର୍ଯ୍ୟାୟରେ, ଫେବ୍ରୁଆରି-ମାର୍ଚ୍ଚ 2027ରେ ଜନସଂଖ୍ୟାଗତ ବିବରଣୀ ସହିତ ଜନସଂଖ୍ୟା ଗଣନା କରାଯିବା ନେଇ ସୂଚନା ରହିଛି ।

 

author

Related Articles

Leave a Reply

Your email address will not be published. Required fields are marked *