ଏବର୍ଷ ମଧ୍ୟ କଣାସରେ ପଶିଲା ପାଣି

ଏବର୍ଷ ମଧ୍ୟ କଣାସରେ ପଶିଲା ପାଣି

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କଣାସରେ ପଶିଲା ପାଣି । ଗାଁ ଘରଠାରୁ ଦୋକାନ, ବଜାର, ମନ୍ଦିର, ବିଲ ସବୁଠି ପୁଣି ପଶିଲା ନଦୀ ଜଳ । ଦୟା, ରାଜୁଆର ଉଛୁଳା ପାଣିରେ ଜଳମଗ୍ନ ହୋଇଛି ଚାଷ ଜମି । କଣାସ ବ୍ଲକର ଦୋକନ୍ଦା, ପାଣ୍ଡିଆକେରା, ବଡ଼ାସ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ପଶିଛି ପାଣି । ଚଳିତ ବର୍ଷର ତୃତୀୟ ଥର ପାଇଁ ବ୍ଲକରେ ନଦୀ ପାଣି ପଶିଛି । ଦୋକନ୍ଦା ଗାଁ ଭିତରେ ମଧ୍ୟ ଉଛୁଳା ପାଣି ପଶିଛି । ଅନ୍ୟପଟେ ଏନେଇ ପ୍ରଶାସନ ପୁରା ସଜାଗ ଥିବା ସୂଚନା ଦେଇଛନ୍ତି କଣାସ ତହସିଲଦାର ।

author

Related Articles

Leave a Reply

Your email address will not be published. Required fields are marked *