ଏବେଠୁ ଡରାଇଲାଣି ଭୀଷଣ ଖରା । ଖୁବଶୀଘ୍ର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗର ଆକଳନ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ, ମାର୍ଚ୍ଚରେ ଓଡିଶାର କିଛି ଅଞ୍ଚଳରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ଦିନ ହିଟୱେଭ ସ୍ଥିତି ରହିପାରେ । ଭୁବନେଶ୍ୱର, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ତାଳଚେର ପରି ସହର ତାପମାତ୍ରା ବଢ଼ିବ । ଏସବୁ ସହରର ସର୍ବୋଚ ତାପମାତ୍ରା ୩୮ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ଏପରିକି କିଛି ସ୍ଥାନରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟ ଛୁଇଁପାରେ ।ଫଳରେ ମାର୍ଚ୍ଚରୁ ହିଁ ଦିନ ଓ ରାତିର ତାପମାତ୍ରା ଉପରମୁହାଁ ହେବ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏପରିକି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ସେପଟେ ମାର୍ଚ୍ଚ ୩ ଓ ୪ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024