ଏବେ ଆମ୍ନାସାମ୍ନା ହେବେ ମନ୍ମଥ-ଅପରାଜିତା

ଏବେ ଆମ୍ନାସାମ୍ନା ହେବେ ମନ୍ମଥ-ଅପରାଜିତା

ହଁ ଦର୍ଶକବନ୍ଧୁ, ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ସେତିକି ସେତିକି ରୋଚକ ହେଉଛି ରାଜ୍ୟ ରଜାନୀତିର ଦୃଶ୍ୟ । କିଏ କେଉଁ ଦଳରୁ ଇସ୍ତଫା ଦେବେ ଏବଂ କିଏ କେଉଁ ଦଳରେ ମିଶିବେ ତାକୁ ନେଇ ପୂର୍ବରୁ ଯେତେ ଚର୍ଚ୍ଚା ହେଲେ ବି ପରବର୍ତ୍ତୀ ସମୟରେ ତାହା ବଦଳିଯାଉଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ କ୍ଷେତ୍ରରେ । ସେ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡି ଅପେକ୍ଷା ବିଜେପିରେ ମିଶିବେ ବୋଲି ଅଧିକ ସମ୍ଭାବନା ରହିଥିଲା । କିନ୍ତୁ ସେ ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରି ସେ ନବୀନଙ୍କ ହାତ ଧରି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି ମନ୍ମଥ ।

ବାପା କଂଗ୍ରେସରେ ଥିବା ବେଳେ ସେ ବାପାଙ୍କ କଥାରୁ ଓହରି ନିଜ ଇଚ୍ଛାରେ ଆଜି ଶଙ୍ଖ ଫୁଙ୍କିଛନ୍ତି । ତେବେ ମନ୍ମଥଙ୍କ ବିଜେଡିରେ ମିଶିବା ଯେ ଖାଲି ସୁରଙ୍କ ମନ ଭାଙ୍ଗିଦେଇଛି ତାହା ନୁହେଁ ଅନେକ ବିଜେଡି ନେତା ମଧ୍ୟ ଏଥିରେ ନା ଖୁସ ଥିବା ଆଲୋଚନା ଆରମ୍ଭ ହୋଇଗଲାଣି । କାରଣ ମନ୍ମଥଙ୍କୁ ଦଳ ଏବେ ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ପାଇଁ ଟିକେଟ୍ ଦେଇଛି । ଦଳରେ ମିଶୁମିଶୁ ତାଙ୍କୁ ସିଧାସଳଖ ସାଂସଦ ପଦରେ ସ୍ଥାନିତ କରିଛନ୍ତି ଦଳର ସୁପ୍ରିମୋ ।

ତେବେ ମନ୍ମଥ ପୂର୍ବରୁ ଜଟଣୀରୁ ହିଁ ଲଢିବେ ବୋଲି ସୁର ଘୋଷଣା କରିଥିଲେ । କିନ୍ତୁ ଦଳର ସୁପ୍ରିମୋ ମନ୍ମଥଙ୍କୁ ଏମପି କରିବା ପାଇଁ ମାଷ୍ଟରପ୍ଲାନ କରିଥିବା କୁହାଯାଉଛି । କାରଣ ଏଥର ବି ବିଜେପିରୁ ରାଜନୀତିର ଚର୍ଚ୍ଚତ ଚେହେରା ମ୍ୟାଡାମ୍ ଅପରାଜିତା ଭୁବନେଶ୍ୱର ମୈଦାନକୁ ଓହ୍ଲାଉଥିବା ବେଳେ ଅପରାଜିତାଙ୍କ ବିରୁଦ୍ଧରେ ଶ୍ରୀମୟୀଙ୍କୁ ଏତେଟା ସପୋର୍ଟ ମିଳିବନି ବୋଲି ସେ ପ୍ରାର୍ଥୀ ହେବା ପ୍ରଚାର ଦିନଠାରୁ ଶୁଣିବାକୁ ମିଳୁଛି । ଅପରାଜିତାଙ୍କ ବିରୋଧରେ ବିଜେଡିର ଆଉ କେହି ଟାଣୁଆ ନେତା ନଥିବାରୁ ଏବେ ମନ୍ମଥଙ୍କୁ ହିଁ ତାଙ୍କ ବିରୋଧରେ ଛିଡା କରିଛି ଦଳ । ତେବେ ଦେଖାଯାଉ ବାପାଙ୍କ ଗୋଟିଏ ବି ଇଚ୍ଛାକୁ ପୂରଣ କରିନଥିବା ପୁଅ ମନ୍ମଥ କିପରି ନବୀନ ଦେଇଥିବା ଦାୟିତ୍ୱକୁ ତୁଲାଉଛନ୍ତି ଏବଂ ନିର୍ବାଚନରେ ତାଙ୍କର ଭୂମିକା କେତେ ଗୁରୁତ୍ୱ ବହନ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *