ଏବେ ବି ମଇଦାନରେ ବୁଲୁଛନ୍ତି ଲେଖାଶ୍ରୀ

ଏବେ ବି ମଇଦାନରେ ବୁଲୁଛନ୍ତି ଲେଖାଶ୍ରୀ

ପୁଣି ମଇଦାନରେ ଆକ୍ଟିଭ ହେଉଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ପ୍ରେସମିଟ, ସୋସିଆଲ ମିଡିଆ ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ଲେଖାଶ୍ରୀ । ହଁ ଆଜ୍ଞା, ନିବାଚନ ସରିଯାଇଛି କିନ୍ତୁ ଏବେ ବି ମଇଦାନ ଛାଡିନାହାନ୍ତି ଲେଖାଶ୍ରୀ । ହାରିବା ପରେ ଶାସକ ଦଳ ବିରୁଦ୍ଧରେ ବୁଲି ବୁଲି ପ୍ରଚାର କରୁଛନ୍ତି ଲେଖା ଦିଦି । କିପରି ବିିଜେପି ଦେଇଥିବା ପ୍ରତିଶୃତି ସବୁ ଭୁଲି ଯାଇଛି ଏବଂ ନିର୍ବାଚନ ପୂର୍ବରୁ ଗୋଟିଏ କଥା ଏବଂ ନିର୍ବାଚନ ପରେ ଆଉ ଗୋଟିଏ କଥା ଶାସକ ଦଳ କହୁଛନ୍ତି ସେନେଇ ଲୋକଙ୍କୁ ସତେଚନ କରିବା ପାଇଁ ଏବଂ ବିଜେପି ବିରୁଦ୍ଧରେ ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ବିଜେଡି କର୍ମୀମାନଙ୍କ ସହ ମେଳି କରି ଲୋକଙ୍କୁ ବିଜେପି ସରକାରକୁ ଆସି କଣ ସବୁ କରୁଛି ତାହା ବଖାଣୁଛନ୍ତି । କିପରି ସରକାରକୁ ଆସୁଆସୁ ମହାପ୍ରଭୁଙ୍କୁ ତଳେ ପକାଇଦେଲେ ଏବଂ ପରେ ଏହାର ତଦନ୍ତ କରିବେ ବୋଲି ନିର୍ଦ୍ଦେଶ ଦେଲେ କିନ୍ତୁ ଆଜି ଯାଏ ତାହା ହୋଇପାରିଲା ନାହିଁ ବୋଲି ସାଧାରଣ ଜନତାଙ୍କ ଆଗରେ କହିଛନ୍ତି ଲେଖାଦିଦି । ।ଏହା ସହ ଓଡିଆ ଅସ୍ମିତା ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କହି ବର୍ଷିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

author

Related Articles

Leave a Reply

Your email address will not be published. Required fields are marked *