ଏବେ ରାଜଧାନୀ ଭୁବନେଶ୍ୱରରେ ମିଳିବ ଜଙ୍ଗଲ ବୁଲିବାର ମଜା । ରାଜ୍ୟବାସୀଙ୍କ ପାଇଁ ଆନନ୍ଦବନର ଉଦଘାଟନ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ନଗର ବନଖଣ୍ଡ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଉନ୍ନତୀକରଣ କାର୍ୟ୍ୟ କରାଯାଇଛି । କଳିଙ୍ଗନଗର କେ-୭ ଅଞ୍ଚଳରେ ୯୦ ଏକର ଜମିରେ ରହିଛି ଏହି ଜଙ୍ଗଲ । ଗୋଟିଏ ପଟେ ରହିଛି ୬୦ ଏକର ଜଙ୍ଗଲ ଓ ଅନ୍ୟ ପଟେ ୩୦ ଏକର ଜଙ୍ଗଲ । ଉଭୟ ପାଶ୍ୱର୍କୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ଫୁଟ୍ ଓଭରବ୍ରିଜ୍ । ଆନନ୍ଦ ବନରେ ରହିଛି ୫ଟି ଗେଟ୍ । ସକାଳ ୫ଟାରୁୁ ଦିନ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ । ଏଠାରେ ସାଇକେଲିଂ ସହ, ଜଙ୍ଗଲ ବୁଲିବାର ମଜା ନେଇ ପାରିବେ ଲୋକେ । ଶୌଚାଳୟ, ଫୁଡ ଜୋନ, ବର୍ଷା ଆଶ୍ରୟସ୍ଥଳ, ପାର୍କିଂ ଭଳି ବ୍ୟବସ୍ଥା ରହିଛି । ଜଙ୍ଗଲ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024