ଏବେ ରାଜନୀତିରେ ଅଧିକ ଚର୍ଚ୍ଚାରେ ରହିଛି ବରିଷ୍ଠ ନେତା ମାନଙ୍କର ବୟାନ ବାଜି . ବିଭିନ୍ନ ସମୟରେ ନେତାମାନେ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତିି . ତେବେ ଏହାରି ଭିତରେ ପୁଣି ରାଜନୀତି ସରଗରମ ହୋଇଛି . ପ୍ରମିଳାଙ୍କ ବୟାନରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର .ଗୋଟିଏ ହ୍ୱିସିଲରେ ଭାଙ୍ଗିଯିବ ବିଜେଡି .ଅମିତ ଶାହଙ୍କ ଗୋଟିଏ ହିସ୍ୱିଲରେ ବିଜେଡି ଭାଙ୍ଗିଯିବ ବୋଲି ସେ କହିଥିଲେ .୧୪୦ ନୁହେଁ ଆଗ ୪୦ ସିଟି ଜିତିକି ଦେଖାନ୍ତୁ .ଆମ ଦଳ ଭାଙ୍ଗୁନି ,ବିଜେଡି ଭାଙ୍ଗୁଛି . ତେବେ ଏହାପରେ ଏକ ପ୍ରେସ ମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ବିଜେପିକୁ ଟାର୍ଗେଟ କରିଥିଲେ .ସେ କହିଥିଲେ ବିଜେଡି ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅଛି .ଦଳ ଆଜି ବି ଏକ ନମ୍ବର .ଆଜି ଯଦି ନିର୍ବାଚନ ହୁଏ ତେବେ ଦଳ ୧୪୦ ସିଟ ଜିତିବ .ସେ ଆହୁରି କହିଥିଲେ ବିଜେପି ରଙ୍ଗ ବୋଳା ସରକାର ନାଁ ଚେଞ ସରକାର .ଏହା ସହିତ ପ୍ରମିଳା କହିଥିଲେ ବିଜେପି ଅବସ୍ଥା କଣ ହେଉଛି ସେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ .ସେ ଆମ କଥା କଣ କହୁଛନ୍ତି ?ନବୀନଙ୍କ ଜିଲ୍ଲା ଗସ୍ତ ନେଇ କର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି .
ତେବେ ଏହାକୁ ନେଇ ବରିଷ୍ଠ ନେତା ସୁର ରାଉତ ରାୟ କହିଛନ୍ତି .ମୋଦି ଯେତେ ଚାହିଁ ଲେବି ନବୀନଙ୍କ କିଛି କରିପାରିବେନି . ନିର୍ବାଚନ ହାରିବା ପରେ ଅଧିକ ତତ୍ପର ହୋଇଉଠିଛନ୍ତି ବିଜେଡି ସୁପ୍ରିମୋ ନବୀନ . ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ .ଶଙ୍ଖଭବନ ହେଉକି ନବୀନ ନିବାସ ଚାଲିଛି ଘନ ଘନ ବୈଠକ . ଏହାରି ଭିତରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି .