ବାତ୍ୟା ପୂର୍ବରୁ ନବୀନଙ୍କ ପଦିଏ କଥା . ଏବେବି ଶାସନ ଗାଦିରେ ନଥାଇ ମଧ୍ୟ ଓଡିଶାବାସୀଙ୍କ ପାଖରେ ସବୁ ବେଳେ ସେ ଠିଆ ହେବେ ବୋଲି ପ୍ରସୃତିବଦ୍ଧ ନବୀନ . ତେବେ ବାତ୍ୟାକୁ ନେଇ ଲୋକ ଆତଙ୍କିତ ଥିବା ବେଳେ ନବୀନ ଏନେଇ ପଦିଏ କଥା କହିଛନ୍ତି . ଥରେ ନଜର ପକାନ୍ତୁ ଏହି ପୋଷ୍ଟ ଉପରେ ଯେଉଁଥିରେ ନବୀନ ଲେଖିଛନ୍ତି ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ଦାନାରୁ ଆମକୁ ସୁରକ୍ଷିତ କରିବ .ବିଭିନ୍ନ ସମୟରେ ବାତ୍ୟା ଆସିଛି ,ଅେଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ .ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା .ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା ଭୟଭୀତ ନ ହୋଇ ,ଆମେ ସମସ୍ତେ ସଜାଗ ରହିବା ଉଚିତ .
ତେବେ ୧୯୯୯ମହାବାତ୍ୟାଠୁ ନେଇ ଅନେକ ଛୋଟ ବଡ଼ ବାତ୍ୟା ର ସାମ୍ନା କରିଛି ଓଡିଶା .କିନ୍ତୁ ପ୍ରତ୍ୟେକ ବାତ୍ୟା ସମୟରେ ଲୋକଙ୍କ ଢ଼ାଲ ଭାବେ ଠିଆ ହୋଇଥିଲେ ନବୀନ .ପ୍ରତ୍ୟେକ ବାତ୍ୟା ପାଇଁ ନବୀନଙ୍କ ଜିରୋ କାଜୁଆଲିଟି ମନ୍ତ୍ର ଆଜି ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାର ମାଷ୍ଟର ପ୍ଲାନ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ କରିଛି . ଏବେ ଆଉ ଏକ ବାତ୍ୟା ଓଡିଶା ମୁହାଁ .ଯାହାକୁ ନେଇ ଏ କୋଟି କୋଟି ଓଡ଼ିଶାବାସୀ ଆସି ନବୀନଙ୍କୁ ଛୁରୁଛନ୍ତି
ଅପରପକ୍ଷେ ବାତ୍ୟା ଦାନାକୁ ନେଇ ମୋହନ ମଧ୍ୟ ନବୀନଙ୍କ ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି .୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାକୁ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି. ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି . ବୈଠକରେ ଜିରୋ କାଜୁଆଲଟି ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ .ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଂଚଳକୁ ଚିହ୍ନଟ ପରି ବିପଦଶଙ୍କୁଳ ଅଂଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିଦ୍ଧେର୍ଶ ଦେଇଛନ୍ତି .