ଏସଚଜି ମହିଳାଙ୍କୁ ମିଳୁଛି ପାର୍ଲର ଟ୍ରେନିଙ୍ଗ

ଏସଚଜି ମହିଳାଙ୍କୁ ମିଳୁଛି ପାର୍ଲର ଟ୍ରେନିଙ୍ଗ

ନିଜକୁ ସୁନ୍ଦର କରି ସଜେଇବା ପାଇଁ କିଏ ବା ଭଲ ନ ପାଏ । ବିଶେଷ କରି ନାରୀମାନେ ନିଜକୁ ସଜେଇବା ପାଇଁ ବେଶ ଭଲପାଆନ୍ତି । ବର୍ତ୍ତମାନ ମେକଅପ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବୃଦ୍ଧି ହେଉଛି । ତେଣୁ ଏଦିଗରେ ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି । ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ “ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି ।ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୮ଟି ଜିଲ୍ଲାରୁ ୩୦ ଜଣ ଏସଏଚଜି ମା’ ତାଲିମ ଶେଷ କରି ବାହାରିଛନ୍ତି । ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ ଫେସିଆଲ, ବ୍ରାଇଡାଲ ମେକଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ, ହେଡ ମସାଜ ଏବଂ ଥ୍ରେଡିଂ ଆଦି ଶିଖିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *