ଏସବିଆଇ PO ଅକ୍ଟୋବର ୩୦କୁ ଘୁଂଚିଲା ଆବେଦନ ତାରିଖ , ୨୦୦୦ ପଦବୀ ଫାଙ୍କା

ଏସବିଆଇ PO ଅକ୍ଟୋବର ୩୦କୁ ଘୁଂଚିଲା ଆବେଦନ ତାରିଖ , ୨୦୦୦ ପଦବୀ ଫାଙ୍କା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପିଓର ୨୦୦୦ ଟି ଖାଲି ଥିବା ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଏସବିଆଇର ୱେବସାଇଟ୍ sbi.co.inକୁ ଯାଇ ଏଥିପାଇଁ ଆବେଦନ କରିବାକୁ ପଡିବ । ଏସବିଆଇ ବର୍ତ୍ତମାନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏସବିଆଇ ୬ ସେପ୍ଟେମ୍ବରରେ ପିଓ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲା । ପିଓ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ସାଧାରଣ / ଇଡବ୍ଲୁଏସ ଏବଂ ଓବିସିଙ୍କ ପାଇଁ ୭୫୦ ଟଙ୍କା ରହିଛି । ଅନ୍ୟପଟେ ଏସସି ଓ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ମାଗଣା ରହିଛି ।

ଯୋଗ୍ୟତା :- ଏସବିଆଇରେ ପିଓ ନିଯୁକ୍ତି ୨୦୨୩ ପାଇଁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା :- ଏସବିଆଇରେ ପିଓ ପଦବୀରେ ନିଯୁକ୍ତି ପାଇଁ ଚାରି ପର୍ଯ୍ୟାୟର ପରୀକ୍ଷା ହେବ । ପ୍ରଥମେ ସେଠାରେ ପ୍ରିଲିମ୍ ପରୀକ୍ଷା ହେବ । ଏହା ପରେ ମେନ୍ ଏବଂ ତା\’ପରେ ସାଇକୋମେଟ୍ରିକ୍ ପରୀକ୍ଷା ଏବଂ ଶେଷରେ ଇଣ୍ଟରଭ୍ୟୁ ହେବ । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରିଲିମିନାରୀ ପରୀକ୍ଷାର କଲ୍ ଲେଟର ଡାଉନଲୋଡ୍ କରିପାରିବେ । ନଭେମ୍ବର ମାସରେ ଅନଲାଇନରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇ ନଭେମ୍ବର / ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ । ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିପାରିବେ । ଡିସେମ୍ବର / ଜାନୁଆରୀ ୨୦୨୩ରେ ମେନ୍ ପରୀକ୍ଷା ଆୟୋଜିତ ହୋଇ ସେହି ମାସରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ / ଫେବୃଆରୀରେ ଫେଜ-୩ ପାଇଁ କଲଲେଟର ଡାଉନଲୋଡ୍ କରାଯିବ । ଏହାପରେ ଜାନୁଆରୀ-ଫେବୃଆରୀରେ ସାଇକୋମେଟ୍ରିକ ଟେଷ୍ଟ, ସାକ୍ଷାତକାର ଓ ଗ୍ରୁପ ଏକ୍ସରସାଇଜ୍ କରାଯାଇ ଫେବୃଆରୀ / ମାର୍ଚ୍ଚରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ । ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସିଙ୍କ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି / ଏସଟିଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ବେସିକ ପେ’ ୪୧,୯୬୦ ଟଙ୍କାରୁ ଆରମ୍ଭ ହେବ । ଓଡ଼ିଶାର ଆଶାୟୀମାନେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ ।

author

Related Articles

Leave a Reply

Your email address will not be published. Required fields are marked *