ଏସବୁ ତଥ୍ୟ ନଥିଲେ ମିଳିବନି ସୁଭଦ୍ରା ଟଙ୍କା…

ଏସବୁ ତଥ୍ୟ ନଥିଲେ ମିଳିବନି ସୁଭଦ୍ରା ଟଙ୍କା…

ରାଜ୍ୟରେ ନୂଆ ସରକାର ଆସିବା ପରେ ବଦଳିଯାଇଛି ଅନେକ କିଛି ଯୋଜନା । ଏବେ କେନ୍ଦ୍ର ପରିଚାଳିତ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ଅଣ୍ଟା ଭିଡିଛି ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନା ଆଧାରରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ବୋଲି ଘୋଷଣା କରାଯାଇଛି । ଲକ୍ଷ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ । ମାଗଣାରେ ଘରେ ବସି ୫୦ ହଜାର ଟଙ୍କାର ଲାଭ ଉଠାଇବେ ମହିଳା । କିନ୍ତୁ ଏହି ଯୋଜନା ପାଇଁ ମହିଳାଙ୍କୁ କିଛି ପ୍ରମାଣପତ୍ର ତଥା ଆବଶ୍ୟକ ତଥ୍ୟ ଦେବାକୁ ପଡିବ । ଯଦି ଏହି ତଥ୍ୟ ତାଙ୍କ ପାଖେ ନାହିଁ ତେବେ ସେ ଏହି ଯୋଜନାରୁ ବଞ୍ଚିତ ହେବା ସହ ୫୦ ହଜାର ଟଙ୍କା ହାତରୁ ଖସିଯିବାର ସମ୍ଭାବନା ରହିଛି । ତେବେ ଏହି ଯୋଜନା ପାଇଁ କେବଳ ବିବାହିତା ମହିଳା ଉପଯୁକ୍ତ ହେଉଥିବା ବେଳେ ପ୍ରମାଣ ପତ୍ର ମଧ୍ୟରେ ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ , ଘର ଠିକଣା ଓ ପ୍ରମାଣ ପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଇନକମ୍ ସାର୍ଟି ଫିକେଟ ଏବଂ ରାସନ କାର୍ଡର ଆବଶ୍ୟକତା ରହିଛି । ଯଦି ଏଥିରେ ଆପଣଙ୍କର କିଛି ବି ଅସୁବିଧା ଥାଏ କିମ୍ବା କିଛି ଭୁଲ୍ ତଥ୍ୟ ରହିଥାଏ ତେବେ ଆପଣ ଏଥିରୁ ବଞ୍ଚିତ ହୋଇପାରନ୍ତି । ତେଣୁ ଯଥାଶୀଘ୍ର ଏସବୁ ପ୍ରମାଣ ପତ୍ରକୁ ଠିକ୍ କରିନିଅନ୍ତୁ । ଏହା ସହ ଏହି ଯୋଜନାର ଭାଗିଦାର ହେବାପାଇଁ ମହିଳାଙ୍କ ବୟସ ସୀମା ୨୩ରୁ ୫୯ ବର୍ଷ ହେବା ଆବଶ୍ୟକ । ସବୁଠୁ ବଡ କଥା ହେଉଛି ଏହି ଯୋଜନାରେ ସରକାରୀ ଚାକିରିଆ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । କିନ୍ତୁ ଯୋଜନା ଲାଗୁ ହେବାର କିଛି ଦିନ ପରେ ଅଙ୍ଗନୱାଡି କର୍ମୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *