ଏସିଆର ନୂଆ ବିଲିୟନେୟାର ରାଜଧାନୀ ମାନ୍ୟତା ପାଇଲା ମୁମ୍ବାଇ

ଏସିଆର ନୂଆ ବିଲିୟନେୟାର ରାଜଧାନୀ ମାନ୍ୟତା ପାଇଲା ମୁମ୍ବାଇ

ସମ୍ପତ୍ତି ତାଲିକାରେ ଚୀନର ବେଜିଂକୁ ଟପିଲା ମୁମ୍ବାଇ । ଏସିଆର ନୂଆ ବିଲିୟନେୟାର ରାଜଧାନୀ ଭାବରେ ମୁମ୍ବାଇ ମାନ୍ୟତା ପାଇଛି । ଭାରତର ଅର୍ଥନୈତିକ ମେରୁଦଣ୍ଡ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଥିବା ବେଳେ ବେଜିଂରେ ମୋଟ ୯୧ ଜଣ ବିଲିୟନେୟାର ରହିଛନ୍ତି । ଏନେଇ ହରୁନ୍ ଗ୍ଲୋବାଲ ଲିଷ୍ଟ୍ ତରଫରୁ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ମୁମ୍ବାଇ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ କୋଟିପତିଙ୍କ ରାଜଧାନୀ ଭାବେ ଗତି କରୁଛି । ଏହା ଗୋଟିଏ ବର୍ଷରେ ୨୬ ଟି କୋଟିପତି ସୃଷ୍ଟି କରିଛି । ବର୍ତ୍ତମାନ ପୂରା ବିଶ୍ୱରେ ଏହା ତୃତୀୟରେ ଥିବା ବେଳେ ଏସିଆର ବିଲିୟନେୟାର ରାଜଧାନୀ ଭାବରେ ସ୍ଥାନ ପାଇଛି । ନୂଆଦିଲ୍ଲୀ ମଧ୍ୟ ଟପ୍ ୧୦ରେ ପ୍ରଥମଥର ପ୍ରବେଶ କରିଛି ।

author

Related Articles

Leave a Reply

Your email address will not be published. Required fields are marked *