ଏସିଆ କପ ଫାଇନାଲ ରେ ପାଦ ଥାପିଲା ଭାରତ,41 ରନ ରେ ଶ୍ରୀଲଙ୍କା ପରାସ୍ତ

ଏସିଆ କପ ଫାଇନାଲ ରେ ପାଦ ଥାପିଲା ଭାରତ,41 ରନ ରେ ଶ୍ରୀଲଙ୍କା ପରାସ୍ତ

ଚଳିତ ଏସିଆ କପର ସୁପର-୪ ରାଉଣ୍ଡରେ ଘରୋଇ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ ।  ପ୍ରଥମ ଦଳ ଭାବେ ଫାଇନାଲରେ ଭାରତ ପ୍ରବେଶ କରିଛି । ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ପ୍ରଥମେ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ ଶୁଭମନ ଗିଲ ଏବଂ ରୋହିତ ଶର୍ମା ୭ ଚୌକା ଓ ୨ଟି ଛକ୍କା ବଳରେ ୫୩ ରନ୍ କରି ଆଉଟ୍ ହୋଇଥିଲେ । ପରେ ବିରାଟ କୋହଲୀ ମଧ୍ୟ ମାତ୍ର ୩ ରନ୍ କରି ପ୍ୟାଭିଲୟନ୍ ଫେରିଥିଲେ । ଏହା ପରେ ରାହୁଲ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ୬୩ ରନ୍ ଯୋଡିଥିଲେ । କୁଲଦୀପ ୪ଟି ୱିକେଟ୍ ନେଇ ପୁଣିଥରେ ତାଙ୍କ କମାଲ ଦେଖାଇଥିଲେ ଏବଂ ବୁମରା ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଘରୋଇ ଦଳ ଶ୍ରୀଲଙ୍କା ୧୭୨ ରନରେ ଅଲ୍ଆଉଟ୍ ହୋଇ ଭାରତ ଠାରୁ ପରାସ୍ତ ହୋଇଥିଲା  ।

author

Related Articles

Leave a Reply

Your email address will not be published. Required fields are marked *