ଏହି ସବୁ ଜିଲ୍ଲାରେ ବର୍ଷିବ ପ୍ରବଳ ବର୍ଷା…

ଏହି ସବୁ ଜିଲ୍ଲାରେ ବର୍ଷିବ ପ୍ରବଳ ବର୍ଷା…

ସରିବାକୁ ବସିଲାଣି ଆଷାଢ ମାସ । ହେଲେ ଏବେ ବି ରାଜ୍ୟରେ ଖୋଜା ପଡିଛି ବର୍ଷା । ଆଁ କରି ଅନେଇଛି ଚାଷୀଙ୍କ ଚାଷଜମି । ଯେଉଁଥି ପାଇଁ ଚାଷୀ ଭାଇମାନେ ବି ଚାଷ କାର୍ଯ୍ୟ ଠିକ୍ ସେ କରିପାରୁନାହାନ୍ତି । ହେଲେ ଏବେ ସେମାନଙ୍କ ଦୁଃଖ ସରିବାକୁ ଯାଉଥିବା ସୂଚନା ମିଳିଛି । ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ପାଗ ରହିବା ସହ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ଭିତରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକରେ ୧୨ରୁ ୨ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୋଳ, ନୟାଗଡ଼, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର‌୍ୟ୍ୟନ୍ତ ବର୍ଷା ହୋଇପାରେ। ଏହାଛଡ଼ା ଝାରସୁଗୁଡ଼ା, ସମ୍ୱଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ କଟକ ଜିଲ୍ଲାରେ ବଜ୍ରପାତ ଏବଂ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଅର୍ଥାତ ସୋମବାର ରାଜ୍ୟର ଅନେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷାହେବାର ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼, କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ପ୍ରବଳ ବର୍ଷା ନେଇ କୌଣସି ପୂର୍ବାନୁମାନ ନାହିଁ। କିଛି କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

author

Related Articles

Leave a Reply

Your email address will not be published. Required fields are marked *