ଏହି ସବୁ ରୋଗୀଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି !

ଏହି ସବୁ ରୋଗୀଙ୍କ ପାଇଁ ଆମେରିକାରେ ନୋ ଏଣ୍ଟ୍ରି !

ଆଉ ଆମେରିକା ଯାଇପାରିବେନି ରୋଗୀ । ବିଭିନ୍ନ ପ୍ରକାର ସମସ୍ୟା ଥିବା ବ୍ୟକ୍ତିବିଶେଷଙ୍କୁ ଆମେରିକାରେ ନୋ ଏଣ୍ଟ୍ରି ପାଇଁ ଆସୁଛି ନୂଆ ନିୟମ । ଏପରି ଏକ ଅଜବ ନିୟମ ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଯେପରି ଆଉ ଆମେରିକା ଯାଇପାରିବେନି ସେନେଇ ନୂଆ ନିୟମ ଆଣୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯଦି ଆପଣଙ୍କର ଡାଇବେଟିସ୍‌, ହୃଦରୋଗ , କ୍ୟାନ୍ସର, ସ୍ୱାୟୁଗତ ସମସ୍ୟା ତଥା ଶ୍ୱାସକ୍ରିୟା ଜନିତ ସମସ୍ୟା ରହିଛି ତେବେ ଆପଣ ଆଉ ଆମେରିକା ଯାଇପାରିବେନି । ଏହି ସବୁ ସମସ୍ୟା ଥିଲେ ଆଉ ଆମେରିକା ଭିସା ମିଳିବନି । ଖୁବ ଶୀଘ୍ର ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏପରିକି ରୋଗୀଙ୍କୁ ଗ୍ରୀନ କାର୍ଡ ବା ଆମେରିକାର ନାଗରିକତ୍ୱ ମଧ୍ୟ ମିଳିବନି ବୋଲି ସୂଚନା ମିଳୁଛି । କିଛି ଦିନ ଭିତରେ ଏହି ନିୟମ ଲାଗୁ ହେବା ସହିତ ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳୁଛି ।

ତେବେ ନୂଆ ନିୟମ ଅନୁଯାୟୀ, ଏହିସବୁ ସମସ୍ୟାରେ ପୀଡିତ ବ୍ୟକ୍ତିବିଶେଷଙ୍କର ବୟସ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଭିସା ଅଧିକାରୀ ଏହା ନିର୍ଣ୍ଣୟ କରିବେ ଯେ, ତାଙ୍କୁ ଭିସା ମିଳିବ ନା ନାହିଁ ଏବଂ ଏହି ବ୍ୟକ୍ତିବିଶେଷ ଯେପରି ଆମେରିକା ସରକାରଙ୍କ ଉପରେ ଆର୍ଥିକ ବୋଝ ନହୁଅନ୍ତି । ଏହା ସହିତ ଦୀର୍ଘକାଳୀନ ଚିକିତ୍ସା ସେବା ପାଇଁ ଭିସା ଆବେଦନକାରୀଙ୍କ ପାଖରେ ଆର୍ଥିକ ସାଧନ ଅଛି ନା ନାହିଁ ସେସବୁ ମୂଲ୍ୟାଙ୍କନ କରିବା ପାଇଁ ନିର୍ଦ୍ଦେଶ ରହିଛି । କେବଳ ଏତିକି ନୁହେଁ, ପରିବାରର ଯେକୌଣସି ସଦସ୍ୟଙ୍କର ଅକ୍ଷମତା, ଦୀର୍ଘକାଳୀନ ରୋଗ କିମ୍ବା ବିଶେଷ ଆବଶ୍ୟକତା ଅଛି କି ନାହିଁ ତାହା ମଧ୍ୟ ବିଚାର କରିବାକୁ ନିର୍ଦ୍ଦେଶ ରହିଛି ।

ତେବେ ପୂର୍ବରୁ ଆମେରିକା ଭିସା ପାଇଁ ଯକ୍ଷ୍ମା ଭଳି ସଂକ୍ରାମକ ରୋଗର ସ୍ୱାସ୍ଥ୍ୟ ପରୀକ୍ଷା ପର୍ଯ୍ୟନ୍ତ କେନ୍ଦ୍ରିତ ଥିଲା । ଏପରିକି ଏଥିପାଇଁ ନିଆଯାଇଥିବା ଟୀକଗୁଡିକର ପ୍ରମାଣ ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହା ଦୀର୍ଘକାଳୀନ ଅଣସଂକ୍ରାମକ ରୋଗକୁ ଭିସା ଯୋଗ୍ୟତା ସହିତ ସଂଯୋଗ କରୁଛି ଆମେରିକା । ତେବେ ଏହିନୂଆ ନିୟମ ଆମେରିକଆରେ ସ୍ଥାୟୀ ଭାବରେ ରହିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ, ସ୍ୱଳ୍ପ କାଳୀନ ପର୍ଯ୍ୟଟକ ଏବଂ ଅସ୍ଥାୟୀ କର୍ମଚାରୀ ତୁଳନାରେ ଅଧିକ ପ୍ରଭାବିତ ହୋଇପାରନ୍ତି । ଏହାସହିତ ଛାତ୍ରଭିସା ଏବଂ କାର୍ଯ୍ୟ ଭିସା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଅନ୍ୟପଟେ ସ୍ୱାସ୍ଥ୍ୟବସ୍ଥା ପାଇଁ ଜଣେ ବ୍ୟକ୍ତିବିଶେଷଙ୍କୁ ଆମେରିକା ସରକାର ନିଜ ଉପରେ ବୋଝ ଭାବୁଥିବା ଏବଂ ବିନା ସରକାରୀ ଏବଂ ସାର୍ବଜନୀନ ସହାୟତାରେ ଜୀବନକାଳ ମଧ୍ୟରେ ନିଜ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ରଖିଥିବା ବା ନରଖିଥିବାକୁ ମୂଲ୍ୟାଙ୍କନ କରିବାକୁ ନିଦ୍ଦେଶ ଦେବା ଏବଂ ଏହାକୁ ଆଧାର କରି ନିଜ ଦେଶରେ ସେମାନଙ୍କୁ ସ୍ୱାଗତ କରିବା ପ୍ରକ୍ରିୟାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *