ଏ ମାସର ଚାଷ କଖାରୁ

ଏ ମାସର ଚାଷ କଖାରୁ

ଭୁବନେଶ୍ୱର:

ପଞ୍ଜାବ ସମ୍ରାଟ, ପିପିଏଚ-୧, ପିପିଏଚ-୨ ଭିଏନଆର-୧୧, କଳସ, ଅର୍ଜନ ଆଦି କିସମ ବ୍ୟବହାର କରି କଖାରୁ ଚାଷ କରିପାରିବେ | ଏକର ପିଛା ୨କେଜି ମଞ୍ଜି ଆବଶ୍ୟକ ହୋଇଥାଏ | ଖରାଦିନିଆ ଚାଷ ପାଇଁ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଲଗାଇବା ସମୟ ହୋଇଥିବାବେଳେ ବର୍ତମାନ ପାଣିପାଗ ଅନୁସାରେ ଏହି ଚାଷ ସମ୍ଭବ | ମାଟି ଏବଂ ଖତକୁ ୧:୧ ମାତ୍ରାରେ ମିଶାଇ ପ୍ଲାଷ୍ଟିକ ଗ୍ଲାସ କିମ୍ବା ଟ୍ରେରେ ଭର୍ତି କରି ବିଶୋଧନ କରନ୍ତୁ | ତାରା ପ୍ରସ୍ତୁତ ପରେ ଜମିରେ ଲଗାଇପାରିବେ | ଜମିକୁ ୩ରୁ ୪ଥର ହଳ କରି ମାଟି ଗୁଣ୍ଡ ହେବ ଉଚିତ | ମାଟି ହଳ ପରେ ୪ରୁ ୫ ଫୁଟ ଚଉଡ଼ା କରି ଲଗାନ୍ତୁ | ଗଛକୁ ଗଛ ୪ରୁ ୫ ଫୁଟ, ଧାଡିକୁ ଧାଡି ୪ରୁ ୫ ଫୁଟରେ ଲଗାନ୍ତୁ | ଗାତ ପ୍ରତି ୨ଟି ଚାରା ଲଗାଇପାରିବେ | ଲଗାଇବା ପରେ ମାଟିର ଆଦ୍ରତା ଦେଖି ଜଳ ପରିଚାଳନା କରନ୍ତୁ | ପ୍ରତି ୧୫ ଦିନ ଅନ୍ତରାଳରେ ଖତ ପ୍ରୟୋଗ କରିପାରିବେ | ରୋଗ ପୋକ ପ୍ରତିକାର ପାଇଁ କୃଷି ଅଫିସରଙ୍କ ପରାମର୍ଶ ନିଅନ୍ତୁ | ଶୋଷକ କୀଟ ପାଇଁ ହାଣ୍ଡିଖତ ୧୫ ଲିଟର ପାଣିରେ ୨୫୦ ମିଲି ଔଷଧ, ପତ୍ରଦାଗ ଓ ପତ୍ରପୋଡା ପାଇଁ ମହୁଲସ୍ତ୍ର ୧୫ ଲିଟର ପାଣିରେ ୧୫୦ ମିଲି, କାଙ୍କଡ଼ିଆ ପୋକ ପରିଚାଳନା ପାଇଁ ୧୫ ଲିଟର ପାଣିରେ ୨୫୦ ମିଲି ଆଦି ସିଞ୍ଚନ କରନ୍ତୁ |

author

Related Articles

Leave a Reply

Your email address will not be published. Required fields are marked *