ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ୍ ସାହି ଠାରେ ଶନିବାର ଅପରାହ୍ନ ସମୟ ପ୍ରାୟ ସାଢେ ଚାରିଟା ବେଳେ କେହି ଦୃର୍ବୃତ୍ତ ଓକିଲ ପି . ରାମାରାଓଙ୍କ ଉପରକୁ ଏସିଡ ମାଡ କରିଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ, କେହି ଦୁଇ ଜଣ ଦୃର୍ବୃତ୍ତ କୋରିଅର ବୟେ କହି ଜଙ୍ଗମ୍ ସାହି ସ୍ଥିତ ଓକିଲଙ୍କ ଘରର କବାଟ ବାଡ଼େଇଥିଲେ। ଓକିଲ ରାମାରାଓ କବାଟ ଖୋଲି ଦେଖିଲା ବେଳକୁ ହଠାତ ଓକିଲଙ୍କ ଉପରକୁ ଏସିଡ ମାଡ କରି ଦୁଇ ଦୃର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଏସିଡ ମାଡରେ ଲହୁ ଲୁହାଣ ହୋଇଥିବା ଓକିଲଙ୍କୂ ସ୍ଥାନୀୟ ଲୋକେ ଏକ ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ । ହେଲେ ତାଙ୍କ ଶରୀରର ପ୍ରାୟ ଅଧିକାଂଶ ସ୍ଥାନ ଏସିଡ ଦ୍ଵାରା ସଂକ୍ରମିତ ହୋଇଥିବା ଯୋଗୁଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ୱାଇଜାକ୍ ନିଆଯିବା ନେଇ ସୂଚନା ମିଳିଛି। ହେଲେ କେଉଁ କାରଣରୁ , ଆଉ କିଏ ଏଭଳି ଘଟଣା ଘଟାଇଲା ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ପରେ ସଠିକ ସୂଚନା ମିଳିବ ବୋଲି ଜଣାପଡ଼ିଛି।