ଓଡ଼ିଶାକୁ କାଙ୍ଗାଳ କରିବାକୁ ବଜେଟରେ ବିଜେପିର ପ୍ଲାନ !

ଓଡ଼ିଶାକୁ କାଙ୍ଗାଳ କରିବାକୁ ବଜେଟରେ ବିଜେପିର ପ୍ଲାନ !

ଫେବୃଆରୀ 1 ତାରିଖରେ 2026-27 ପାଇଁ କେନ୍ଦ୍ରୀୟ ବଜେଟ ଘୋଷଣା ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଛନ୍ତି । ଆଉ ଏହି ବଜେଟରେ କୁଆଡେ ଓଡ଼ିଶା ପାଇଁ ବଡ ବଡ ଘୋଷଣା ହୋଇଥିବା, ଓଡ଼ିଶାକୁ ବଡ ବଡ ଉପହାର ମିଳିଥିବା କୁହାଯାଉଛି। ଖାସ କରି ବିଜେପି ନେତା ବଜେଟକୁ ନେଇ ବଡ ବଡ ବୟାନ ଦେଉଛନ୍ତି । ବଜେଟରେ କୃଷକ, ଯୁବଗୋଷ୍ଠୀ, ମହିଳା, ଛାତ୍ରଛାତ୍ରୀ ଲାଭାନ୍ବିତ ହେବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ସେପରି କିଛି ବି ନାହିଁ । କେବଳ ଓଡ଼ିଶାର ଖଣିଜ ସମ୍ପଦକୁ କିପରି ଲୁଟିହେବ, ସେନେଇ ସହଜ ରାସ୍ତା ବିଜେପି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟ ରାଜ୍ୟ ଗୁଡିକର ବିକାଶ ପାଇଁ ବିଭିନ୍ନ ପ୍ରକାର ପ୍ରକଳ୍ପ ଭେଟି ଦେଇଥିବା ବେଳେ ଓଡ଼ିଶାକୁ ଶୂନ ମିଳିଥିବା ଅଭିଯୋଗ ହୋଇଛି।

 

ତେବେ ବଜେଟରେ ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ୫ ଜାତୀୟ ଜଳପଥ ଘୋଷଣା କରିଛି କେନ୍ଦ୍ର । ତାଳଚେର ଅନୁଗୁଳ, କଳିଙ୍ଗନଗରକୁ ପାରାଦୀପ ଓ ଧାମରା ସହ ସିଧାସଳଖ ଯୋଡ଼ାଯିବ । ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ନେଇ ପୂର୍ବତଟ ବିକାଶ କରିଡରର ପରିକଳ୍ପନା କରିଛି କେନ୍ଦ୍ର । ସହର ଅର୍ଥନୀତି ଅଞ୍ଚଳ ପାଇଁ ସବୁଜ ସଂକେତ ଦେଇଛନ୍ତି ମୋଦୀ ସରକାର । ଏହାଦ୍ବାରା ଓଡ଼ିଶାର ଅନେକ ସହର ଅଥନୈତିକ କ୍ଷେତ୍ରରେ ସମୃଦ୍ଧ ହେବ । ସେହିଭଳି କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ହେବ ସ୍ବତନ୍ତ୍ର କରିଡର । କିନ୍ତୁ ଏହି ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ । ଏବଂ 20 ସାଂସଦ ପାଇ ବି ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

administrator

Related Articles

Leave a Reply

Your email address will not be published. Required fields are marked *