ଓଡିଶାକୁ ଫେରିଲା କରୋନା

କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ୟପଟେ ରାଜ୍ୟକୁ ଫେରିଲା କରୋନା । ଓଡିଶାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି,ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଦେଶକୁ ପୁଣି ଥରେ କରୋନାର ନୂଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *