ଓଡିଶାରେ କଳା ବାଘଙ୍କର ପରିବାର

ଓଡିଶାରେ କଳା ବାଘଙ୍କର ପରିବାର

କ୍ୟାମେରାରେ କଏଦ ହେଲା କଳା ବାଘଙ୍କ ପରିବାର । ଓଡିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ । 4ଟି କଳାବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ୪ଟି ବିରଳ କଳା ବାଘଙ୍କ ମଧ୍ୟରୁ ଗୋଟିଏ ମା’ ଓ ତିନିଟି ଛୁଆ ବୋଲି ଅନୁମାନ କରାଯାଉଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କେଉଁ ଜଙ୍ଗଲରେ ଅଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଏହା ଶିମିଳିପାଳ ଜଙ୍ଗଲର ବୋଲି ଅନୁମାନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *