ଓଡିଶାରେ କେକ କାଟିଲେ… ଗରିବ କୁଡିଆରେ ଖିରି ଖାଇଲେ ମୋଦି !

ଓଡିଶାରେ କେକ କାଟିଲେ… ଗରିବ କୁଡିଆରେ ଖିରି ଖାଇଲେ ମୋଦି !

ଜନ୍ମଦିନରେ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଁ ଦର୍ଶକବନ୍ଧୁ ନିଜର ଜନ୍ମଦିନରେ ଗରିବ କୁଡିଆରେ ପାଦ ଥାପିଛନ୍ତି ଦେଶର ମୁଖିଆ ନରେନ୍ଦ୍ର ମୋଦି । ଖାଲି ସେତିକି ନୁହେଁ ମୋଦିଙ୍କ ଜନ୍ମଦିନରେ ଓଡିଆ ପରମ୍ପରା ଅନୁଯାୟୀ ତାଙ୍କ ପାଇଁ ବନାଯାଉଥିଲା ସ୍ୱାଦିଷ୍ଟ ଖିରି । ରାଜ୍ୟ ମୁଖିଆ ମୋହନ ମାଝୀ ଓ ଦେଶର ମୁଖିଆ ନରେନ୍ଦ୍ର ମୋଦି ଉଭୟ ଏକାଠି ବସି ଖିରି ଖାଇଚନ୍ତି । ବାଛ କି ବିଚାର ନ କରି ଓଡିଶାରେ ଓଡିଆଙ୍କ ଭଳି ଖିରି ଖାଇବା ସହିତ ଲୋକଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟଟି ଉପରେ କିଭଳି  ମହାନ ଜନନାୟକଙ୍କୁ ନିଜ ଘରକୁ ପାଛୋଟି ନେଉଛନ୍ତି ଲୋକେ । ଏହି ଚିତ୍ର ହେଉଛି ଭୁବନେଶ୍ୱରର ଗାଡକଣ ଗାଁର । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ଜଣେ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମୋଦି । ଏହା ହେଉଛି ପିଏମ ଆବାସ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘର । ଯେଉଁଠାରେ ମୋଦି ପହଞ୍ଚିବା ପରେ ପ୍ରଥମେ ଗୃହ ପ୍ରବେଶ କରାଇଛନ୍ତି । ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ଗୃହ ପ୍ରବେଶ କରାଗଲା ଏବଂ ଗୃହରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂଜାଚର୍ଚ୍ଚା ସରିବା ପରେ ଅନ୍ତର୍ଯ୍ୟାମୀ ନାୟକଙ୍କ ପରିବାର ସହ ସମୟ ବିତାଇଥିଲେ ମୋଦି ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ ଖିରି ମାଟି ପାତ୍ରରେ ଖାଇଥିଲେ । ଭାରତର ଗଣତନ୍ତ୍ରର ଏ ଦୃଶ୍ୟ ଯାହା ସମସ୍ତଙ୍କ ମନକୁ କିଣିନେଇଛି । ଖୋଦ ଦେଶ ମୁଖିଆ ଜଣେ ସାଧାରଣ ଜନତାଙ୍କ ହାତରୁ ଖିରି ଖାଇବା ଏବଂ ତାଙ୍କୁ ଗୃହ ପ୍ରବେଶ କରାଇବାର ଏ ଯେଉଁ ଚିତ୍ର ଯାହା ଜନମାନସରେ ଅତ୍ୟନ୍ତ ପ୍ରଶଂସନୀୟ ପାତ୍ର ହୋଇପଡିଛି ।

author

Related Articles

Leave a Reply

Your email address will not be published. Required fields are marked *