ଓଡିଶାରେ ଘରେ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା

ଓଡିଶାରେ ଘରେ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା । ଦେଶର ସବୁଠୁ ଲୋକପ୍ରିୟ ନେତାଭାବେ ନରେନ୍ଦ୍ର ମୋଦି ବେଶ୍ ପରିଚିତ । ଓଡିଶାରେ 80 ପ୍ରତିଶତ ଲୋକଙ୍କର ପ୍ରିୟ ନେତା । ଗଣମାଧ୍ୟମକୁ କିଛି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଏବେ ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇ ସାରିଛି ବିଜେପି । ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱଙ୍କ ଆଶୀର୍ବାଦ ଓ ସର୍ବୋଚ୍ଚ ନେତୃତ୍ୱଙ୍କ ପ୍ରେରଣା ପାଇଁ ଦିଲ୍ଲୀ ଯାଇ ପ୍ରମୁଖ ନେତାଙ୍କୁ ଭେଟି ରାଜ୍ୟ ରାଜନୀତି ସଂପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ବିଜେପି ନେତା ଓ କର୍ମୀମାନେ ପ୍ରସ୍ତୁତ ହୋଇସାରିଲେଣି । ବୁଥ୍ ସ୍ତରରୁ ରାଜ୍ୟସ୍ତର ଯାଏଁ ଯାହା ଦାୟିତ୍ୱ ଅଛି କରାଯାଇଛି ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *