ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିବା ଦରକାର

ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିବା ଦରକାର

ନବରଙ୍ଗପୁରରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥିଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓ କାର୍ଯ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡା ଜବାବ ଦିଆଯାଇଛି ବୋଲି ରାଜନାଥ କହିଛନ୍ତି । ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜନାଥ । ତା ସହିତ ଓଡିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର । ତେବେ ଓଡିଶା ସହ କେନ୍ଦ୍ର ସରକାର କେବେ ବି ଭେଦଭାବ କରିନାହାଁନ୍ତି ।

author

Related Articles

Leave a Reply

Your email address will not be published. Required fields are marked *