ଓଡିଶାରେ ନିର୍ବାଚନ କମିଶନର

ଓଡିଶାରେ ନିର୍ବାଚନ କମିଶନର

ସାଧାରଣ ନିର୍ବାଚନକୁ ମାସ 2ଟାରୁ କମ ସମୟ ବାକି ରହିଲା । ଏହାକୁ ଦୃଷ୍ଟିରେ ରଖି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରାପକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିଧ ପଦକ୍ଷେପ ଉପରେ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କ ଟିମ୍ । ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ ଭୁବନେଶ୍ୱର ଆସିଛନ୍ତି । ସେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା କରିବେ । ରାଜ୍ୟରେ ବିଭିନ୍ନ ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସହ ଆଲୋଚନା ଏବଂ ଅପରାହ୍ନରେ ସାମ୍ୱାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *