ଓଡିଶାରେ ମିଳିଛି ସୁନାଖଣିର ସନ୍ଧାନ

ଓଡିଶାରେ ମିଳିଛି ସୁନାଖଣିର ସନ୍ଧାନ

ଓଡିଶାରେ ମିଳିଛି ସୁନାଖଣିର ସନ୍ଧାନ । ଦେବଗଡ ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ମିଳିଛି ସୁନାଖଣି । ମୟୁରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ ଆଦି ଅଞ୍ଚଳରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ତେବେ ଇସ୍ପାତ ଏବଂ ଖଣି ମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀ ପତି ଏସମ୍ପର୍କିତ ପ୍ରଶ୍ନ କରିଥିଲୋ ରାଜ୍ୟର କେଉଁ କେଉଁ ଜିଲ୍ଲାରେ କେତୋଟି ଲେଖାଏଁ ସୁନାଖଣି ଚିହ୍ନଟ କରାଯାଇଛି , ଏହାର ସ୍ଥିତି କଣ ରହିଛି ଓ ସୁନା ଖଣିଗୁଡିକ ଉତ୍ତୋଳନ କରି ରାଜ୍ୟ ସରକାର ନିଜେ ଏକ ପ୍ରୋସେସିଂ ୟୁନିଟ ଖୋଲିବାକୁ ପଦକ୍ଷେପ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଅନ୍ୱେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *