ଓଡିଶାରେ ରେକର୍ଡ ବ୍ରେକ କଲା ସୁନା ବିକ୍ରି

ଓଡିଶାରେ ରେକର୍ଡ ବ୍ରେକ କଲା ସୁନା ବିକ୍ରି

ସାରା ଓଡିଶାରେ ଚଳିତ ବର୍ଷ ଧନତେରସରେ ଗହଣା ଦୋକାନ ମାନଙ୍କରେ ସୁନା ରୂପା ବିକ୍ରି ରେ ରେକର୍ଡ ସୃଷ୍ଟି କରିଛି । ଏଥର ୧୬୦ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଧନତେରସରେ ଦିନ ତମାମ ଗହଣା ଦୋକାନରେ ଭିଡ଼ ଲାଗିରହିଥିଲା ।ଧନତେରସରେ ସୁନା, ରୂପା କିଣିଲେ ଘରକୁ ଧନଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଏହା ଦେଖିବାକୁ ମିଳିଛି ଗୋଟିଏ ଦିନରେ ହୋଇଥିବା ବ୍ୟବସାୟରେ । ଓଡ଼ିଶାରେ କେବଳ ଧନେତେରସରେ ଗ୍ରାହକ ୩କ୍ୱିଂଟାଲ ସୁନା କିଣିଛନ୍ତି । ଗୋଟିଏ ଦିନରେ ପାଖାପାଖି ୧୬୦ କୋଟି ଟଙ୍କାର କାରବାର ହୋଇଛି । ଗତବର୍ଷ ଧନତେରସରେ ୧୪୦କୋଟି ଟଙ୍କାର ବ୍ୟବସାୟ ହୋଇଥିଲା, ଯାହା ଏଥର ଆହୁରି ବଢ଼ିଛି । ରାଜ୍ୟର ଅଧାରୁ ଅଧିକ ସୁନା କେବଳ ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହୋଇଛି । ଭୁବନେଶ୍ୱର ବ୍ୟତୀତ ରାଉରକେଲା, ବ୍ରହ୍ମପୁର, ଅନୁଗୁଳ , ଯାଜପୁର, ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ବିପୁଳ ସୁନା ବିକ୍ରି ହୋଇଛି । ଆଗକୁ ବିବାହ ଋତୁ ଥିବା ସହ ସୁନା ଦୋକାନୀଙ୍କ ବିଭିନ୍ନ ଅଫର୍ ଗ୍ରାହକଙ୍କୁ ଆକୃ୍ଷ୍ଟ କରିଛି । ଶୁକ୍ରବାର ପରି ଶନିବାର ମଧ୍ୟ ସମାନ ଭିଡ଼ ଲାଗିରହିବ ଏବଂ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ସୁନା ଦୋକାନୀ । ପାଗ ଅନୁକୂଳ ଥିବାର ସୁନା ବ୍ୟବସାୟୀ ଏଥର ଲାଭବାନ ହେବେ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *