ଓଡିଶାର ବିକାଶରେ ବଳିପଡୁଛି ଗଛ, ୫ବର୍ଷରେ ୮ଲକ୍ଷରୁ ଉର୍ଦ୍ଧ୍ୱ ଗଛ କାଟିଛନ୍ତି

ଓଡିଶାର ବିକାଶରେ ବଳିପଡୁଛି ଗଛ, ୫ବର୍ଷରେ ୮ଲକ୍ଷରୁ ଉର୍ଦ୍ଧ୍ୱ ଗଛ କାଟିଛନ୍ତି

ମାନବ ସମାଜକୁ ବଂଚିବାର ରାହା ଦେଖାଏ ବୃକ୍ଷ । କୁହାଯାଏ ବୃକ୍ଷ ହିଁ ବନ୍ଧୁ । କିନ୍ତୁ ରାଜ୍ୟର ବିକାଶ ପାଇଁ ଏହି ସବୁ ଗଛକୁ କଟା ଯାଉଛି । ଗଛ ନଥିବା ଫଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱ ଉପରେ ଭେଗୁଛି । ତାପମାତ୍ରା ବୃଦ୍ଧି , କମ ବର୍ଷା ଆଦି ଅନେକ ସମସ୍ୟା ଘେରରେ ଓଡିଶାବାସୀ । ଖରା ଦିନରେ ୫୦ଡିଗ୍ରୀ ପାର କରୁଥିବା ତାପମାତ୍ରା ଶୀତ ଦିନରେ ବି ୩୦ଡିଗ୍ରୀ ପାରରେ ତାପମାତ୍ରା ରହୁଛି । ଜଳବାୟୁ ପରିବର୍ତ୍ତନ ଏହି ସଂଙ୍କଟର ମୁକାବିଲା ପାଇଁ ସରକାର ବିଭିନ୍ନ ଆକ୍ସନ ପ୍ଲାନ ନେଉଛନ୍ତି କିନ୍ତୁ ଫଳ ଶୂନ ରହିଛି । ବିଗତ ୫ବର୍ଷକୁ ଦେଖିଲେ ଓଡିଶାର ବିଭିନ୍ନ ଜିଲ୍ଲାରେ ଅଣଜଙ୍ଗଲ କାର୍ଯ୍ୟ ପାଇଁ ୮ଲକ୍ଷ ୯୧ହଜାର ୧୦୧ଗଛ କଟାଯାଇଛି । ମାତ୍ର ସେହି ଅନୁଯାୟୀ ବୃକ୍ଷରୋପଣ ହୋଇନାହିଁ ।

ସରକାରଙ୍କ ନିୟମାନୁସାରେ, ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବା କଥା ହେଲେ ୮ଲକ୍ଷରୁ ଅଧିକ ଗଛ କଟାଗଲା କିନ୍ତୁ ୪୭ଲକ୍ଷ ୨୩ହଜାର ୮୧୮ଟି ଗଛ ଲାଗିଲା । ତେବେ ଓଡିଶାର ବିକାଶ ପାଇଁ ଜଙ୍ଗଲ ଜମିକୁ ନଷ୍ଟ କରାଯାଉଛି କିନ୍ତୁ ବୃକ୍ଷରୋପଣ କରିବାରେ ଓଡିଶା ପଛରେ ରହିଛି । କିନ୍ତୁ ବିଧାନସଭାରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହୁଛନ୍ତି ବୃକ୍ଷରୋପଣ ପାଇଁ ୩୫କୋଟି ୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛୁ । ଯାହା ବୃକ୍ଷରୋପଣର ହିସାବ ସହ ଖାପଖାଉନି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର ବୃକ୍ଷରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କ ଖର୍ଚ୍ଚ କରୁଛନ୍ତି ତେବେ ବୃକ୍ଷରୋପଣ କଣ ପାଇଁ ହେଉନି ? ଯଦି ମନ୍ତ୍ରୀ କହୁଛନ୍ତି ଗଛ ଲଗାଯାଉଛି ତେବେ ଗଛ ଗଣନାରେ କେମିତି କମ ଆସୁଛି ? କିଏ ଏଠାରେ ମିଛ କହୁଛି ? ସରକାର ଲୋକଙ୍କୁ ଭୁଆଁ ବୁଲାଇ କଳକାରଖାନା , ବ୍ୟବସାୟ ଆଦି କରୁଛନ୍ତି କିନ୍ତୁ ଜୀବନ ବଂଚାଉଥିବା ଗଛର ସୁରକ୍ଷା କିଏ ଦେବେ ? ଯଦି ଗଛ ନରହିବ ତେବେ ଜଳବାୟୁ ପରିବର୍ତ୍ତନରେ ସମସ୍ୟା ଦିନେ ସମସ୍ତଙ୍କୁ ଭୋଗିବାକୁ ପଡିବ ବୋଲି ପରିବେଶବିତ ମତ୍ତପ୍ରକାଶ କରିଛନ୍ତି ।
ରିର୍ପୋଟ -ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *