ଓଡିଶା ଆସିବେ ରାହୁଲ ଗାନ୍ଧୀ…

ଓଡିଶା ଆସିବେ ରାହୁଲ ଗାନ୍ଧୀ…

ରାଜ୍ୟରେ ଆରମ୍ଭ ହୋଇଯାଇଛି ମତଦାନ । ଆଗ୍ରହର ସହିତ ନିଜର ଅଧିକାରକୁ ସଂପାଦନ କରୁଛନ୍ତି ଭାରତବାସୀ । ଏହାରି ଭିତରେ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ଓଡିଶା ଗସ୍ତରେ ଆସୁଛନ୍ତି ଏବଂ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା ମେ’ ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ । ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବଲାଙ୍ଗୀର ସଭା ଶେଷ ହେବା ପରେ ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧୀ । ଏହାପୂର୍ବରୁ ରାହୁଲ ସାଲେପୁରକୁ ଆସି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଏବଂ କଂଗ୍ରେସକୁ ପୁଣିଥରେ ସରକାରରେ ଆଣିବାକୁ ଆହ୍ୱାନ ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *