ଓଡିଶା ଆସିବେ ସୋନିଆ, ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧି

ଓଡିଶା ଆସିବେ ସୋନିଆ, ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧି

ଓଡିଶା ଆସିବେ ସୋନିଆ , ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧି । ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ରାଜ୍ୟରେ କଂଗ୍ରେସର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ଏବଂ କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖୁବଶୀଘ୍ର ଓଡିଶା ଆସିବେ କଂଗ୍ରେସର ଶୀର୍ଷ ନେତୃତ୍ୱ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀରେ ଷ୍ଟାର ପ୍ରଚାରକ ଭାବେ କ୍ୟାମ୍ପେନିଂ କରିବାକୁ ଓଡିଶା ଆସିବେ । ମେ ପ୍ରଥମ ସପ୍ତାହରେ ଓଡିଶାରେ ରୋଡ୍ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଏହି ୩ ନେତା । ଏମାନଙ୍କ ସହ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ମଧ୍ୟ ପ୍ରଚାରରେ ଯୋଗ ଦେବେ ବୋଲି କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ନିର୍ବାଚନରେ କଂଗ୍ରେସ ଦଳର ରଣନୀତି କଣ ରହିବ, ଦଳ କିପରି ପ୍ରଦର୍ଶନ କରିବ ତାକୁ ନେଇ ଜୟପୁରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ପ୍ରଭାରୀ ଏବଂ ରାଜ୍ୟର ଅନେକ ନେତା ଉପସ୍ଥିତ ଥିବା ସୂଚନାମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *