ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ…

ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ…

ରାଜ୍ୟରେ ଜାରି ରହିଛି ନିର୍ବାଚନର ପର୍ବ । ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଛନ୍ତି ନେତାଠୁ ଜନତା । ଏହାରି ମଧ୍ୟରେ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ରାଜନୈତିକ ଦଳ ମାନଙ୍କ ହେଭିୱେଟ ନେତା ମାନେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ତୁହା କୁ ତୁହା ଓଡିଶା ଗସ୍ତରେ ଆସୁଛନ୍ତି ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଓଡିଶାର ପ୍ରଚାର ମଇଦାନକୁ ସଶକ୍ତ କରାଇବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ରାମାୟଣରେ ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ । ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର । । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆସନ୍ତା କାଲି ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ ଓଡିଶା ଆସୁଛନ୍ତି । ୨୩ରେ ଆସିବେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମଗନର, ବଡଚଣା, ବାଲିକୁଦାରେ ସଭା କରିବେ ନଡ୍ଡା । ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ ।

author

Related Articles

Leave a Reply

Your email address will not be published. Required fields are marked *