ଓଡିଶା ଆସୁଛନ୍ତି ନିର୍ବାଚନ କମିଶନର

ଓଡିଶା ଆସୁଛନ୍ତି ନିର୍ବାଚନ କମିଶନର

ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ ।ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ । ନିର୍ବାଚନର ପ୍ରସ୍ତୁତି ନେଇ ସମୀକ୍ଷା କରିବେ କମିଶନର । ଆସନ୍ତା 15 ତାରିଖରୁ ଆରମ୍ଭ କରି 17 ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିଶନ । ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ ।

author

Related Articles

Leave a Reply

Your email address will not be published. Required fields are marked *