ଓଡିଶା ଆସୁଛନ୍ତି ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ

ଓଡିଶା ଆସୁଛନ୍ତି ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ

ଓଡିଶା ଆସୁଛନ୍ତି ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ । ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସୁଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ । ରାଜ୍ୟରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ଓଡିଶା ଆସୁଥିବା ସୂଚନା ମିଳିଛି । ତେବେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀଙ୍କ ନାଁ ସ୍ଥାନ ପାଇଥିବାରୁ ଏବେ ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଏଥର ବିଜେପି ଫୋକସରେ ଓଡିଶା ଶୀର୍ଷରେ ରହିଥିବାରୁ କଳ ବଳେ କୌଶଳେ ଓଡିଶାରେ ସରକାର ଗଢିବାକୁ ବିଜେପି ଆପ୍ରାଣ ଚେଷ୍ଟା ଜାରି ରଖିଥିବା ଏଥିରୁ ହିଁ ସ୍ପଷ୍ଟ ହେଉଛି । ତେବେ ପୂର୍ବରୁ ଅନେକ ନାମୀଦାମୀ ନେତା ଆସି ପ୍ରଚାରରେ ଯୋଗ ଦେଇଥିବା ବେଳେ ଏହାର ପ୍ରଭାବ ନିର୍ବାଚନର ଫଳାଫଳ ଉପରେ କେତେ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *