ଓଡିଶା ଆସୁଛନ୍ତି ବିଜେପିର ତିନି ତୁଙ୍ଗ ନେତା…

ଓଡିଶା ଆସୁଛନ୍ତି ବିଜେପିର ତିନି ତୁଙ୍ଗ ନେତା…

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଆସନ୍ତା 25 ତାରିଖରେ ହେବାକୁ ଥିବା ବେଳେ 6ଟି ଲୋକସଭା ଅଧୀନରେ ଆସୁଥିବା 42ଟି ବିଧାନସଭା ଆସନରେ ପଡିବ ଭୋଟ । ଏଥିପାଇଁ ଆଜି ପ୍ରଚାର ସରୁଛି । ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ଘନ ଘନ ଓଡିଶା ଗସ୍ତରେ ଆସି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣ ହେଭିୱେଟ । ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଯୋଗୀ ଆଦିତ୍ୟନାଥ ଆଜି ମାହାଙ୍ଗାରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼ାଇଙ୍କ ପାଇଁ ଭୋଟ ଭିକ୍ଷା କରିବେ ।

author

Related Articles

Leave a Reply

Your email address will not be published. Required fields are marked *