ଓଡିଶା ଆସୁଛନ୍ତି ବିଜେପି ହେଭିୱେଟ ନୀତିନ ଗଡକାରୀ

ଓଡିଶା ଆସୁଛନ୍ତି ବିଜେପି ହେଭିୱେଟ ନୀତିନ ଗଡକାରୀ

ନିର୍ବାଚନ ପୂର୍ବରୁ ଚାଲିଛି ତିନି ରାଜନୈତିକ ଦଳମାନଙ୍କର ଜୋରଦାର ପ୍ରଚାର । ବିଜେପିର ବଡ ବଡ ହେଭିୱେଟମାନେ ଓଡିଶା ଆସୁଛନ୍ତି । ପୁରୀ ଲୋକସଭା କ୍ଷେତ୍ରରେ ଆଜି ପ୍ରଚାର କରିବେ ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ । ଆଜି ଓଡିଶାରେ ପ୍ରଚାର କରିବେ ନୀତିନ ଗଡକାରୀ । ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ମଧ୍ୟାହ୍ନ ୧ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ଏହାପରେ ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ପ୍ରଚାର ବିରାଟ ସମାବେଶକୁ ସମ୍ବୋଧିତ କରିବେ ।

author

Related Articles

Leave a Reply

Your email address will not be published. Required fields are marked *