ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି

ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି

୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାକୁ ଛୁଟୁଛନ୍ତି ଦିଲ୍ଲୀ ନେତା । ପ୍ରଥମେ ମଲ୍ଲିକାର୍ଜୁନ ଖଡଗେ ଦିନିକିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଏବେ ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ଫେବୃଆରୀ ୬ ତାରିଖରେ ସେ ଓଡିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନ ପାଇଁ ସେ ଆରମ୍ଭ କରିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକ ଅଂଶ ଭାବରେ ସେ ଓଡିଶା ଆସୁଛନ୍ତି । ତେବେ ସେ କିଛି ଦିନ ଓଡିଶାରେ ରହିବା ସହିତ ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ପରେ ପରେ ଏଆଇସିସିର ଅନେକ ନେତା ମଧ୍ୟ ଓଡିଶା ଗସ୍ତରେ ଆସିବେ ବୋଲି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *