ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ । ପ୍ରବଳ ଗରମ ଏବଂ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ତେବେ ମୌସୁମୀର ପ୍ରଭାବରେ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କାଲି ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି ବି ମୌସୁମୀ ବାୟୁ ସକ୍ରିୟ ରହିଛି । ତେବେ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଛି ମୌସୁମୀ । ପର୍ଯ୍ୟାୟ କ୍ରମେ ଏହା ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *