ଓଡିଶା ପାଇଁ ମମତା କରିଥିଲେ ଷଡଯନ୍ତ୍ର ଫେଲ କରିଦେଲେ ମୋହନ !

ଓଡିଶା ପାଇଁ ମମତା କରିଥିଲେ ଷଡଯନ୍ତ୍ର ଫେଲ କରିଦେଲେ ମୋହନ !

ଆକାଶଛୁଆଁ ଆଳୁ ଦର ସାଧାରଣ ଖାଉଟିଙ୍କ ପକେଟକୁ କଷ୍ଟ ଦେଉଛି । ସପ୍ତାହ ସପ୍ତାହ ଧରି ଲାଗି ରହିଛି ଆଳୁ ସଙ୍କଟ । କେତେବେଳେ ଉତ୍ତରପ୍ରଦେଶରୁ ଆଲୁ ଆସୁଛି ତ ଆଉ କେତେବେଳେ ମମତା ସରକାର ଆଳୁ ଛାଡୁନାହାନ୍ତି । ଦୀର୍ଘ ଦିନ ହେବ ରାଜ୍ୟରେ ଏପରି ସମସ୍ୟା ଲାଗିରହିଛି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କୁ ଦୋଷ ଦେଉଛନ୍ତି ସାଧାରଣ ଜନତା । କିନ୍ତୁ ଓଡିଶାକୁ ପଶ୍ଚିମବଙ୍ଗରୁ ଆଳୁ ନଆସିବା ପଛରେ କିଏ ସେହି ଷଡଯନ୍ତ୍ରକାରୀ । କାହା କଥାରେ ଓଡିଶାକୁ ଆଳୁ ଛାଡୁନାହାନ୍ତି ମମତା । ପୂର୍ବରୁ ବିଜେଡି ସରକାର ଥିବା ବେଳେ ପଶ୍ଚିମବଙ୍ଗରୁ ଆଳୁ ଆସିବାରେ କୌଣସି ଅସୁବିଧା ହେଉନଥିଲା । କୁହାଯାଉଥିଲା କି ନବୀନ ଓ ମମତାଙ୍କର ଭଲ ସମ୍ପର୍କ ରହିଥିଲା । କିନ୍ତୁ ମମତା ଦିଦିଙ୍କର ବିଜେପି ସହିତ କେବେ ପଡେନାହିଁ ସେଥିପାଇଁ ଓଡିଶାରେ ବିଜେପି ସରାକର ହେବା ପରେ ଖପ୍ପା ମମତା ଦିଦି ଓଡିଶା ସରକାରଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନବୀନଙ୍କୁ କଟାକ୍ଷ କରି କହିଥିଲେ କି ଭାଇ ମନା କରିଛନ୍ତି ବୋଲି ଦିଦି ଆଳୁ ଛାଡୁନାହାନ୍ତି । କିନ୍ତୁ ଏହାକୁ ଖଣ୍ଡନ କରି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ କି ମନ୍ତ୍ରୀ ନିଜ ଦୋଷ ଲୁଚାଇବା ପାଇଁ ବାହାନା କରୁଛନ୍ତି । ଆଳୁକୁ ନେଇ ଏଭଳି ଅନେକ କଥା ଉଠିଥିବା ବେଳେ ଏବେ ମୋହନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଆଳୁ ସମସ୍ୟାରେ କିଛିଟା ସୁଧାର ଆସିଛି । ଲୋକଙ୍କୁ 100 ଟଙ୍କାରେ 3 କେଜି ଆଳୁ ଦିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପରେ ରାଜ୍ୟରେ ଆଳୁ ସଙ୍କଟ ଦୂର ହେଉଛି ନା ପୁଣିଥରେ ସମସ୍ୟା ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *