ଓଡିଶା ଫେରିବେ ନାଁ ଦିଲ୍ଲୀରେ ରହି ପୁଣି ନୂଆ ଷଡଯନ୍ତ୍ର କରିବେ ?

ଓଡିଶା ଫେରିବେ ନାଁ ଦିଲ୍ଲୀରେ ରହି ପୁଣି ନୂଆ ଷଡଯନ୍ତ୍ର କରିବେ ?

ପରାଜୟ ପରେ ଦୋହଲି ଯାଇଛି ନବୀନ ନିବାସ । ହଁ ଦର୍ଶକବନ୍ଧୁ ଗୁରୁବାର ସନ୍ଧ୍ୟାରେ ପରାଜିତ ପ୍ରାର୍ଥୀଙ୍କୁ ନେଇ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରାଜୟ ସ୍ୱୀକାର କରିଥିବା ସମସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀ ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚିଥିଲେ ଏବଂ ଏକ ବଡ ବୈଠକ ବସିଥିଲା । ବୈଠକରେ ହେଭିୱେଟ ନେତାମାନେ ସମସ୍ତେ ଯୋଗ ଦେଇଥିଲେ । କିନ୍ତୁ ବିଜେଡିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମ ଥର ପାଇଁ ଦେଖାଯାଇନଥିଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ବିଜେଡି ହାରିବା ପରେ ରାଜନୀତିର ଚର୍ଚ୍ଚାରେ ଏବେ କେବଳ ଗୋଟିଏ ନାଁ ଭିକେ ପାଣ୍ଡିଆନ । ନବୀନ ବାବୁଙ୍କ ପାଖେ ପାଖେ ସବୁବେଳେ ଛାଇ ହୋଇ ରହିଥିବା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ପ୍ରଥମ ଥର ପାଇଁ ବୋଧ ହୁଏ ବିଜେଡିର ଏହି ବୈଠକରେ ଯୋଗ ଦେଇନାହାନ୍ତି । ଗୋଟିଏ ପଟେ ଗଣମାଧ୍ୟମରେ ତାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ଅନ୍ୟପଟେ ଦଳର ମୁଖପାତ୍ର ସସ୍ମିତ ପାତ୍ର ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି କି ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ କାର୍ଯ୍ୟ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି କଥାରେ କେତେ ସତ୍ୟତା ରହିଛି ତାହା ତ ଜଣାପଡିନାହିଁ । କିନ୍ତୁ ପାଣ୍ଡିଆନଙ୍କ ଅଚାନକ ଦିଲ୍ଲୀ ଗସ୍ତ ଏବଂ ନିର୍ବାଚନ ପରେ ମୁହଁ ନ ଖୋଲିବା ନେଇ ଏବେ ଉଠୁଛି ପଡୁଛି ରାଜନୀତି । ବିଜେଡିର ସର୍ବେସର୍ବା ବୋଲାଉଥିବା ତଥା ନବୀନ ବାବୁଙ୍କ ପାଖ ଛାଡୁନଥିବା  ଭିକେ ପାଣ୍ଡିଆନ ବାବୁ ନବୀନ ପଟ୍ଟନାୟକ ଯଦି ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ ଆଉ ସେଇଥିପାଇଁ ବୋଧେ ନିଜର କଥାକୁ ରଖିବା ପାଇଁ ଦିଲ୍ଲୀ ଚାଲିଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପାଣ୍ଡିଆନଙ୍କ ଏଭଳି ଅଚାନକ ଦିଲ୍ଲୀ ଗସ୍ତ ଓ ବୈଠକରେ ଯୋଗ ନ ଦେବା ରାଜ୍ୟ ରାଜନୀତିରେ ପୁଣିଥରେ ପାଣ୍ଡିଆନଙ୍କୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି କରୁଛି ।

author

Related Articles

Leave a Reply

Your email address will not be published. Required fields are marked *