ଓଡିଶା ବଜାର ସବୁଠୁ ମହଙ୍ଗା

ଓଡିଶା ବଜାର ସବୁଠୁ ମହଙ୍ଗା

ନଭେମ୍ବର ମାସରେ ଓଡିଶା ବଜାରରେ ବିଭିନ୍ନ ପନିପରିବାର ଦାମ ଅଧିକ ରହିଛି । ଆଳୁ, ପିଆଜ, ଟମାଟୋ, ବାଇଗଣ, କଖାରୁ , ପୋଟଳ ସବୁ ପନିପରିବାର ଦାମ ମହଙ୍ଗା ରହିଛି । ପନିପରିବା ମହଙ୍ଗା ହୋଇଥିବାରୁ ରୋଷେଇ ଘରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆଳୁ କେଜି ୨୦ଟଙ୍କା ଥିବା ବେଳେ , ପିଆଜ ୬୦ଟଙ୍କା, ଟମାଟୋ ୪୦, ବାଇଗଣ କେଜି ପିଛା ୩୦-୪୦ଟଙ୍କା, କଖାରୁ ୨୦, ପୋଟଳ ୫୦ଟଙ୍କା, ଶାଗ ୨୦ଟଙ୍କା, କଲରା ୬୦ଟଙ୍କା, ମୂଳା ୨୦ଟଙ୍କା, ଫିଲ କୋବି ୩୦-୫୦ଟଙ୍କା, ବନ୍ଧା କୋବି କେଜି ୨୦ଟଙ୍କା । ଗତ କିଛି ଦିନ ତଳେ ପିଆଜ ଓ ଟମାଟୋର ଦାମ ମଧ୍ୟ ଉଚ୍ଚା ରହିଛି । କାର୍ତ୍ତିକ ମାସ ଥିବାରୁ ଅଧିକାଂଶ ଲୋକ ନିରାମିଷ ଖାଉଥିବାରୁ ପନିପରିବା ଦର ଉଚ୍ଚ ରହିବା ରୋଷେଇ ଘର ଉପର ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *