ଓଡିଶା ହାଇକୋର୍ଟରେ ନୂଆ ବିଚାରପତି

ଓଡିଶା ହାଇକୋର୍ଟରେ ନୂଆ ବିଚାରପତି


ଓଡିଶା ହାଇକୋର୍ଟରେ ଆଉ ୨ ନୂଆ ବିଚାରପତି ଶପଥ ନେଇଛନ୍ତି । ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଉତ୍ତୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶିଭାଶିଷ ତାଳପତ୍ର । ଏବେ ହାଇକୋର୍ଟରେ ମୋଟ୍ ୨୨ଜଣ ବିଚାରପତି ରହିଛନ୍ତି । ଦୁହେଁଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ ସୂଚନା ରହିଛି ।
ସୂଚନାନୁସାରେ, ଜଷ୍ଟିସ ଶିବଶଙ୍କର ମିଶ୍ର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହସଲ କରିଛନ୍ତି । ସେ କୋରାପୁଟର ପ୍ରଥମ ବ୍ୟକ୍ତି ଯିଏ ହାଇକୋର୍ଟର ବିଚାରପତି ହୋଇଛନ୍ତି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି। ସେହିଭଳି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମେ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *