ଓଲିଉଡର ପିଛା ଛାଡୁନି ବିବାଦ

ଓଲିଉଡର ପିଛା ଛାଡୁନି ବିବାଦ

ଗୋଟିଏ ପରେ ଗୋଟିଏ ବିବାଦ ଦେଖାଯାଉଛି ଓଲିଉଡ଼ରେ । ବିବାଦ ପିଛା ଛାଡୁନି କହିଲେ ଚଳେ । ଓଡ଼ିଆ ଫିଲ୍ମ ଦୁନିଆ, ଭଲ ଖବରକୁ ନେଇ ଯେତିକି ଚର୍ଚ୍ଚାରେ ରହୁନି , ତାଠୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ରହୁଛି । କେତେବେଳେ ଓଲିଉଡ ତାରକାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଝଡ଼ ଉଠୁଛି, ତ ଆଉ କେତେବେଳେ କାଷ୍ଟିଂକାଉଚ୍ ଭଳି ବିବାଦ ଉଠୁଛି । ଆଉ ଏସବୁ ଭିତରେ ଓଡ଼ିଆ ଫିଲ୍ମରେ ଆଞ୍ଚଳିକ ବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ତାରକା । କୌଣସି ଏକ ବ୍ୟକ୍ତିଗତ ବିବାଦକୁ ନେଇ ମୁହାଁମୁହିଁ ମନୋଜ ମିଶ୍ର ଏବଂ ଅରିନ୍ଦମ । ସାଢ଼େ ୪ କୋଟି ଜନତା ଏବଂ କାଇଁ କେତୋଟି ସିନେମା ହଲ୍ । ସେଥିରେ ପୁଣି ଆଂଚଳିକବାଦ । କିଏ କହୁଛି- ସମ୍ବଲପୁରରେ ଫିଲ୍ମ ରିଲିଜ ହେବ ନାହିଁ । ଏଭଳି ବିବାଦକୁ ନେଇ ଓଲିଉଡ ସବୁବେଳେ ଚର୍ଚ୍ଚାକୁ ଆସୁଛି, ଆଉ ଅଭିନେତାଙ୍କ କଳି ଓଡ଼ିଶା ସିନେମାକୁ ପଦାରେ ପକାଉଛି । ‘’ଉକ୍ରଳ ସିନେ ଚାମ୍ବର ଅଫ କମର୍ସ’’ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ୨ବର୍ଷ ପାଇଁ ବ୍ୟାନ୍ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *