କଂଗ୍ରେସକୁ ଅଲୋଡା ତାରା !

କଂଗ୍ରେସକୁ ଅଲୋଡା ତାରା !

କଂଗ୍ରେସକୁ ଅଲୋଡା ହୋଇଗଲେ କି ତାରା ବାହିନୀ ପତି । କାହିଁକି ବାରମ୍ବାର ତାରାଙ୍କୁ କୋଣଠେସା କରୁଛି କଂଗ୍ରେସ । ଏଭଳି କିଛି କଂଗ୍ରେସର ଆଗଧାଡିର ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ନେଇ ଆଶଙ୍କା କରାଯାଉଛି । କାହିଁକି ନା ରାଜ୍ୟ କଂଗ୍ରେସର ନେତୃତ୍ୱ ନେବା ପାଇଁ ଏଆଇସିସି ପକ୍ଷରୁ ଗୋଟିଏ ପରେ ଗୋଟିଏ ଷ୍ଟିଅରିଂ କମିଟି ଗଠନ କରାଯାଉଥିବା ବେଳେ ସେଥିରୁ ତାରାଙ୍କୁ ବାଦ ଦିଆଯାଉଛିା ତେବେ ରାଜ୍ୟରେ ସମସ୍ତ କଂଗ୍ରେସ କମିଟି ଏଆଇସିସି ଭଙ୍ଗ କରିବା ପରେ ଗତ ଅଗଷ୍ଟ ୧୪ ତାରିଖରେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲା ଏଆଇସିସି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ୧୪ ଜଣ ସଦସ୍ୟ ଥିଲେ । ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ଏଥିରେ ସାମିଲ ଥିଲେ । କିନ୍ତୁ ଏହି କମିଟିରେ ଦଳର ଅନେକ ବଡ଼ ନେତାଙ୍କୁ ସାମିଲ କରାଯାଇନଥିଲା । ଯେଉଁଥିପାଇଁ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏହାପରେ ଏହି କମିଟିରେ ଏବେ ଆଉ ୭ଜଣଙ୍କୁ ସାମିଲ କରାଯାଇଛି । କିନ୍ତୁ ଗତଥର ପରି ଏଥର ମଧ୍ୟ ଏହି କମିଟିରେ ସ୍ଥାନ ପାଇନାହାଁନ୍ତି ତାରା । ନୂଆ ସଦସ୍ୟଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ ସାମିଲ ଅଛନ୍ତି । କିନ୍ତୁ ତାରାଙ୍କୁ ଏଥିରୁ ବି ବାଦ ଦେବାକୁ ଅନେକ ଗ୍ରହଣ କରିପାରୁନାହାନ୍ତି । ଏବଂ କାହିଁକି ତାଙ୍କ ବାରମ୍ବାର କୋଣଠେସା କରାଯାଉଛି ତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ତେବେ ଦେଖାଯାଉ ଆଗକୁ ତାରାଙ୍କ ପ୍ରତି ଦଳର ଆଭିମୁଖ୍ୟ କଣ ରହୁଛି ଏବଂ ତାଙ୍କୁ ଦଳରେ କେଉଁ ଗୁରୁତ୍ୱପୂଣ୍ଣ ସ୍ଥାନ ମିଳୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *