କଂଗ୍ରେସକୁ ଘାରିଲା ଓଡିଆ ଅସ୍ମିତା ଚିନ୍ତା…ଅଡୁଆରେ ଅଜୟ କୁମାର !

କଂଗ୍ରେସକୁ ଘାରିଲା ଓଡିଆ ଅସ୍ମିତା ଚିନ୍ତା…ଅଡୁଆରେ ଅଜୟ କୁମାର !

ବିଜେଡି ପରେ ଏବେ କଂଗ୍ରେସକୁ ଘାରିଲା ଓଡିଆ ଅସ୍ମିତା ପ୍ରସଙ୍ଗ । ନିଜ ଦଳରେ ଅଣଓଡିଆ ପ୍ରଭାରୀଙ୍କୁ ନେଇ ଅସନ୍ତୋଷ ଝାଡିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ । କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ । ଦୁର୍ଭାଗ୍ୟର କଥା ଜଣେ ଅଣ ଓଡିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ । ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି । ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ କଣ ଜଣାପଡ଼ିଯାଇଥାନ୍ତା ।କଂଗ୍ରେସରେ ଗ୍ରୁପିଜିମ ଚାଲିଛି । ଗୋଟିଏ ଗ୍ରୁପକୁ କୋଣଠେସା କରି ଦିଆଯାଇଛି । ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦିଆଯାଇଛି ବୋଲି ପଞ୍ଚାନନ କାନୁନଗୋ ଅଭିଯୋଗ କରିଛନ୍ତି । ସାଧାରଣ ନର୍ବାଚନରେ ଦଳର ବିପର‌୍ୟ୍ୟୟ ଓ ପରେ ସବୁ କମିଟି ଭଙ୍ଗାଯିବାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢୁଛି। ଓଡ଼ିଶା କଂଗ୍ରେସରେ କୌଣସି କମିଟି ନାହିଁ କି ସଭାପତି ନାହାନ୍ତି । କେବଳ ୧୪ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏଥିରେ ପ୍ରଭାରୀ ଅଜୟ କୁମାରଙ୍କୁ ଅଧ୍ୟକ୍ଷ କରାଯାଇଛି। ଷ୍ଟିଅରିଂ କମିଟିର ଅନେକ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ କିଛି ଦିନ ହେବ ରାଜ୍ୟ କଂଗ୍ରେସ ଶିବିରରେ କିଛି ବି ଠିକ୍ ଚାଲୁନି । ପିସିସି ସଭାପତି ପଦ ପାଇଁ ଯୋଗ୍ୟ ନେତା ବଛା ଯାଇପାରୁନଥିବା ବେଳେ ଏଆଇସିସି ପକ୍ଷରୁ ଏକ କାମଚଳା ଷ୍ଟିଅରିଂ କମିଟି ଗଠନ କରାଯାଇଛି । କିନ୍ତୁ ଏହି କାମଚଳା କମିଟିକୁ ନେଇ ଦଳୀୟ ନେତା ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ବରିଷ୍ଠ ନେତା ବିଜୟ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଉ ଏବେ ଆଉ ଜଣେ ବରିଷ୍ଠ ନେତା ଏହାକୁ ନେଇ ଆପତ୍ତି ଉ

author

Related Articles

Leave a Reply

Your email address will not be published. Required fields are marked *