କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା..

କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା..

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ।  ତୁଟାଇଲେ ୩୮ ବର୍ଷର ସମ୍ପର୍କ । ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ।ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ ।୨୦୦୯ରୁ ୨୦୧୪ ଯାଏଁ  ସେ ଟିଟିଲାଗଡ ଆସନରୁ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ଓ ୨୦୧୯ରେ ଟୁକୁନି ସାହୁଙ୍କ ଠାରୁ ହାରିଯାଇଥିଲେ । କୁହାଯାଉଛି ଅଶୋକ ନନ୍ଦଙ୍କୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ଆଡହକ ସଭାପତି ଘୋଷଣା କରାଯିବା ପରେ  ସେ ଅସନ୍ତୁଷ୍ଟ ଥିଲେ ।

ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *