କଂଗ୍ରେସରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

କଂଗ୍ରେସରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ବିବାଦୀୟ ବୟାନ ଦେଇ ଫସିଥିବା ଫସିଥିବା ସାମ୍ ପିଟ୍ରୋଡା କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା ପରେ ପିଟ୍ରୋଡା ପଦ ଛାଡିଛନ୍ତି । ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ବିବାଦୀୟ ଭାବେ ଅନ୍ୟମାନଙ୍କ ସହ ସେ ତୁଳନା କରିଥିଲେ ।ଏ ନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି । ତେଲେଙ୍ଗାନାର ଏକ ନିର୍ବାଚନୀ ସଭାରୁ ଏହି ପ୍ରସଙ୍ଗରେ କଂଗ୍ରେସ ଓ ପିଟ୍ରୋଡାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବୟାନ ବିବାଦରୁ ନିଜକୁ ଦୂରେଇ ରଖିଥିଲା କଂଗ୍ରେସ । ଏହାପରେ ଆଜି ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା ।

author

Related Articles

Leave a Reply

Your email address will not be published. Required fields are marked *